fbpx

ଦିଲ୍ଲୀ ସରକାରଙ୍କ ନୂଆ ଯୋଜନା: ସଫଳ ହେଲେ ବଦଳି ଯିବ ଭିକାରୀଙ୍କ ଭାଗ୍ୟ

AAKASH

ଭିକାରୀ ମାନଙ୍କ ଜୀବନ ଶୈଳୀ ସୁଧାର କରିବାକୁ ଦିଲ୍ଲୀ ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମଧ୍ୟମରେ ଭିକାରୀ ମାନଙ୍କୁ କୌଶଳ ବିକାଶ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସମାଜର ମୁଖ୍ୟ ଶ୍ରୋତକୁ ଅଣାଯିବ । ସରକାରଙ୍କ ଯୋଜନା ଅନୁଯାୟୀ ରାସ୍ତାକଡ଼ ଏବଂ ବିଭିନ୍ନ ଐତିହାସିକ ସ୍ଥାନ ଗୁଡ଼ିକ ନିକଟରୁ ଭିକାରୀ ମାନଙ୍କୁ ଆଣି ପ୍ରଶିକ୍ଷଣ ଦିଆଯିବ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାର ୫୦ ଭିକାରୀଙ୍କୁ ଦୁଇଟି ଆଶ୍ରମ ଗୃହରେ ରଖି ଜେଲି-ଜାମ ଏବଂ ରଙ୍ଗ ଦେବା ପ୍ରଶିକ୍ଷଣ ଦିଆଯାଉଛି । ସରକାର ପ୍ରଶିକ୍ଷଣ ପରେ ଏହି ଲୋକମାନଙ୍କୁ ରୋଜଗାର ମଧ୍ୟ ପ୍ରଦାନ କରିବେ ।

ଦିଲ୍ଲୀ ସରକାରଙ୍କ ଆକଳନ ଅନୁଯାୟୀ ଯଦି ଏହି ଯୋଜନା ସଫଳ ହୁଏ, ତେବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ଭିକାରୀଙ୍କ ଭାଗ୍ୟ ବଦଳି ଯିବ । ସରକାର ବର୍ତ୍ତମାନ ସହରୀ ଆଶ୍ରମ ଗୃହରେ ୨୫ ମହିଳା ଏବଂ ୨୫ ପରୁଷ ଭିକାରୀଙ୍କୁ ରଖି ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଯଦି ଏହି ଯୋଜନା ସଫଳ ହୁଏ ତେବେ ଏହାକୁ ବଡ଼ ସ୍ତରରେ ଲାଗୁ କରିବାକୁ ଯୋଜନା କରିଛନ୍ତି ଦିଲ୍ଲୀ ସରକାର ।

ସୂଚନା ଅନୁସାରେ ୨୦୨୧ ମସିହାରେ ସରକାର ସଂଗ୍ରହ କରିଥିବା ରିପୋର୍ଟ ମୁତାବକ ରାଜଧାନୀ ଦିଲ୍ଲୀରେ ପ୍ରାୟ ୨୦ ହଜାର ୭୧୯ ଭିକାରୀ ଅଛନ୍ତି । ଏହା ପରେ ଭିକାରୀମାନଙ୍କ ଜୀବନ ସ୍ତର ସୁଧାରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଥିଲେ । ସରକାର ପ୍ରଶିକ୍ଷଣ ପ୍ରଦାନ କରୁଥିବା ଭିକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ଆର୍ଥୀକ ସହାୟତା ମଧ୍ୟ ପ୍ରଦାନ କରିବେ ।

Get real time updates directly on you device, subscribe now.