fbpx
BSKY SKY
BSKY SKY

ଜେଲେନସ୍କୀଙ୍କ ସହ କୀଭ ବୁଲିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଦେଖିଲେ ଋଷର ଧ୍ୱଂସଲୀଳା

BSKY

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ମଧ୍ୟରେ ରବିବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଅଚାନକ ୟୁକ୍ରେନରେ ପହଞ୍ଚିଥିଲେ । ତାଙ୍କର ଏହି ଗସ୍ତ ସମୟରେ ସେ କୀଭରେ ୟୁକ୍ରେନ ରାଷ୍ଟ୍ରପତି ବଲୋଡିମୀର ଜେଲେନସ୍କୀଙ୍କ ସହ ବୁଲୁଥିବାର ଦେଖାଯାଇଥିଲେ । ଏକି ଭିଡିଓରେ ଉଭୟ ନେତା ସୁରକ୍ଷା କର୍ମୀଙ୍କ ଗହଣରେ କୀଭରେ ଋଷ କରିଥିବା ଧ୍ୱଂସ ଲୀଳା ଦେଖିଥିଲେ । ଉଭୟ ଏହି ସମୟରେ ଯୁଦ୍ଧକୁ ନେଇ ଅନେକ ଆଲୋଚନା ମଧ୍ୟ କରିଥିଲେ ।

ଏହି ସମୟରେ ଜଣେ ୟୁକ୍ରେନ ନାଗରିକ ବୋରିସଙ୍କ ସହ ହାତ ମିଳାଇବା ସହିତ କହିଥିଲେ ଆମକୁ ଆପଣଙ୍କର ଆବଶ୍ୟକତା ରହିଛି । ଏହାର ପ୍ରତିଜବାବରେ ବୋରିସ କହିଥିଲେ ଯେ ଆପଣଙ୍କ ସହ ଦେଖା କରି ଭଲ ଲାଗିଲା । ଆମକୁ ସାହାଯ୍ୟ କରିବାର ସୁଯୋଗ ମିଳିଛି । ଆପଣଙ୍କ ପାଖରେ ଜଣେ ଭଲ ରାଷ୍ଟ୍ରପତି ମିଷ୍ଟର ଜେଲେନସ୍କୀ ଅଛନ୍ତି ।

୨୪ ଫେବୃଆରୀରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ କୌଣସି ଜି-୭ ନେତାଙ୍କ ଏହା ପ୍ରଥମ ଗସ୍ତ । ଏହି ଗସ୍ତରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ୧୨୦ ମିଲିଟାରୀ ଗାଡ଼ି, ନୂଆ ଆଣ୍ଟି-ସିପ୍ ମିଶାଇଲ ସିଷ୍ଟମର ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୋଗୁଁ ଲକ୍ଷ ଲକ୍ଷ ୟୁକ୍ରେନବାସୀ ବିସ୍ଥାପିତ ହୋଇଛନ୍ତି । ଅନେକ ନାଗରିକ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.