fbpx
BSKY
BJD MS SKY
BJD YOUTH SKY

ପାକିସ୍ତାନ କ୍ରିକେଟ ବୋର୍ଡରୁ ଇସ୍ତଫା ଦେଇ ପାରନ୍ତି ରମିଜ ରାଜା

ପାକିସ୍ତାନରେ ଜାରି ରହିଥିବା ରାଜନୈତିକ ସଂଙ୍କଟରୁ ନିଜକୁ ଦୁରେଇ ପାରିନି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) । ଅବିଶ୍ୱାସ ଭୋଟରେ ବହୁମତ ହରାଇବା ପରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପଛେପଛେ ପିସିବିର ସଭାପତି ରମିଜ ରାଜା ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ଆଲୋଚନା ହେଉଛି ।

ଇମ୍ରାନଙ୍କ ଇସ୍ତଫା ପରେ ରମିଜ ମଧ୍ୟ ପିସିବି ସଭାପତି ପଦକୁ ଛାଡ଼ି ପାରନ୍ତି ବୋଲି ପାକିସ୍ତାନ ମିଡିଆ ରିପୋର୍ଟ କରିଛି । ରମିଜ ସଭାପତି ପଦ ଛାଡ଼ୁଥିବା ନେଇ ତାଙ୍କର ନିକଟତମ ସହଯୋଗୀଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବର ମାସରେ ରମିଜ ପିସିବିର ସଭାପତି ଦାୟିତ୍ୱ ନେଇଥିଲେ ।

କୁହାଯାଉଛି ଯେ ଇମ୍ରାନଙ୍କ ସହିତ ନିବିଡ଼ ସମ୍ପର୍କ ଥିବାରୁ ତାଙ୍କୁ ପିସିବି ସଭାପତି ପଦ ମିଳିଥିଲା । ଆଇସିସିର ଏକ ବୈଠକରେ ସାମିଲ ହେବା ପରେ ସେ ପିସିବିର ସଭାପତି ପଦବିରୁ ଇସ୍ତଫା ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି । ବର୍ତ୍ତମାନ ସେ ଦୁବାଇରେ ଥିବା ନେଇ ସୂଚନା ମିଳିଛି ।

ପାକିସ୍ତାନରେ ଚାଲିଥିବା ରାଜନୈତିକ ସଂଙ୍କଟ ପରେ କୁହାଯାଉଛି ଯେ ଆଗାମୀ ଦିନରେ ପାକିସ୍ତାନ କ୍ରିକେଟ ବୋର୍ଡରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ଆସିପାରେ । କାରଣ ରମିଜ ରାଜଙ୍କୁ ଇମ୍ରାନ ହିଁ ଏହି ପଦରେ ନିଯୁକ୍ତି କରିଥିଲେ । ରମିଜ ଗତ ୬ ମାସ ଧରି ପିସିବିର ଦାୟିତ୍ୱ ସମ୍ଭାଳୁଛନ୍ତି । ଏହି ସମୟରେ ପିସିବି ସଫଳତାର ସହିତ ଅଷ୍ଟ୍ରେଲିଆ ବିପକ୍ଷ ୩ ଟେଷ୍ଟ, ୩ ଦିନିକିଆ ଏବଂ ଗୋଟିଏ ଟ୍ୱେଣ୍ଟି-ଟ୍ୱେଣ୍ଟି ଆୟୋଜିତ କରିଥିଲେ ।

Get real time updates directly on you device, subscribe now.