fbpx

ଆଉ ନାହାନ୍ତି ‘ଭାବି ଜୀ ଘର ପର୍ ହୈ’ର ଅଭିନେତା ଫିରୋଜ ଖାନ୍

AAKASH

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ‘ଭାବି ଜୀ ଘର ପର୍ ହୈ’ର ଅଭିନେତା ଫିରୋଜ ଖାନ୍ ଆଉ ନାହାନ୍ତି । ଉତ୍ତରପ୍ରଦେଶର ବଦାଉଁଠାରେ ଫିରୋଜଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ଗତ ଗୁରୁବାର ଦିନ ହୃଦଘାତରେ ଫିରୋଜ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ ୪ ତାରିଖରେ ଫିରୋଜ ଶେଷ ଥର ପାଇଁ ବଦାଉଁ କ୍ଲବରେ ଏକ ଭୋଟର ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଫିରୋଜଙ୍କ ବିୟୋଗ ନେଇ ତାଙ୍କର ଜଣେ ବନ୍ଧୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଥିଲେ । ଫିରୋଜ ‘ଭାବି ଜୀ ଘର ପର ହୈ’, ‘ଜୀଜା ଜୀ ଚାହଦ ପର ହୈ’ ପରି ଅନେକ ଟିଭି ଶୋ’ରେ ଅଭିନୟ କରି ବେଶ୍ ପରିଚିତି ହାସଲ କରିଥିଲେ । ବିଗ୍ ବି ଅମିତାଭ ବଚ୍ଚନଙ୍କୁ ନକଲି କରି ସେ ବେଶ୍ ପ୍ରଶଂସା ସାଉଁଟିଥିଲେ । ଏଥିସହିତ ବିଶିଷ୍ଟ ଗାୟକ ଆଦନାନ ସାମିଙ୍କ ସୁପରହିଟ୍ ସଙ୍ଗ ‘ଥୋଡ଼ୀ ସିୀ ତୁ ଲିଫ୍ଟ କରା ଦେ’ରେ ଅଭିନୟ କରିଥିଲେ ଫିରୋଜ । କିଛିଦିନ ତଳେ ଫିରୋଜ ଅମିତାଭଙ୍କ ‘କୁଲି’ ଫିଲ୍ମର ଚରିତ୍ର ପରି ଡ୍ରେସ ପରିଧାନ କରି ଇନଷ୍ଟାଗ୍ରାମରେ ଏକ ରିଲ୍ ଶେୟାର କରିଥିଲେ ।

Get real time updates directly on you device, subscribe now.