fbpx

ନିଆଗଲା ବଡ଼ ନିଷ୍ପତ୍ତି: ଟ୍ରାଫିକ କନଷ୍ଟେବଳ ପଦ ପାଇଁ ହେବ ପ୍ରିଲିମିନାରୀ ପରୀକ୍ଷା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ଅଧିନରେ ଟ୍ରାଫିକ କନଷ୍ଟେବଳଙ୍କୁ ନିଯୁକ୍ତି ଦିଆଯିବା ନେଇ ଗତ ମାର୍ଚ୍ଚ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନେଇ ମାର୍ଚ୍ଚ ୨୮ରୁ ଏପ୍ରିଲ ୨୭ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ପ୍ରାର୍ଥୀଙ୍କୁ ଗ୍ରୁପ-ସି ପଦରେ ଓଆରଏସପି, ୨୦୧୭ର ଲେବଲ-୪ ଅନୁସାରେ ବେତନ ପ୍ରଦାନ କରାଯିବ । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।

ତେବେ ଟ୍ରାଫିକ କନଷ୍ଟେବଳ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ କରାଯିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନକାରୀଙ୍କ ସଂଖ୍ୟା ୯ ହଜାର ଅତିକ୍ରମ କରିବାରୁ ପ୍ରିଲିମିନାରୀ ପରୀକ୍ଷା କରିବାକୁ ଆୟୋଗ ତରଫରୁ ନିଷ୍ପତ୍ତି ନିଆଯାଇଛି । ପ୍ରିଲିମ୍ସର ଶିଡ୍ୟୁଲ / ପ୍ରୋଗ୍ରାମ ବାବଦରେ ଖୁବଶୀଘ୍ର ପ୍ରାର୍ଥୀଙ୍କୁ ସୂଚିତ କରାଯିବ । ତେଣୁ ପ୍ରାର୍ଥୀମାନେ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି । ଭାଲିଡ୍ ଆପ୍ଲିକେସନ ସଂଖ୍ୟା ୯ ହଜାରରୁ ଅଧିକ ହେଲେ ପ୍ରିଲିମିନାରୀ ପରୀକ୍ଷା କରାଯିବ ବୋଲି ପୂର୍ବରୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା । ଏହି ପରୀକ୍ଷାରେ ମାଟ୍ରିକ ସ୍ତରର ବିଭିନ୍ନ ବିଷୟରୁ ପ୍ରଶ୍ର ଆସିବ । ଏହା ପରେ ମୁଖ୍ୟ ଲିଖିତ ପରୀକ୍ଷା ଆୟୋଜନ କରାଯିବ । ସେଥିରେ ଯୁକ୍ତଦୁଇ ସ୍ତରର ବିଭିନ୍ନ ବିଷୟରୁ ପ୍ରଶ୍ନ ଆସିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.