fbpx

ପ୍ରଚଣ୍ଡ ତାତିରେ ପାକିସ୍ତାନରେ ହାହାକାର; ଅନେକ ଅସୁସ୍ଥ, ଜଳୁଛି ମୋହେଞ୍ଜୋଦାରୋ!

AAKASH

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିଲ୍ଲୀ, ୟୁପି, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ପାରଦ ୪୭ ଡିଗ୍ରି ଅତିକ୍ରମ କରିଛି। ହେଲେ ପାକିସ୍ତାନରେ ‘ଅଗ୍ନି’ ବର୍ଷା ହେଉଛି…! ପାକିସ୍ତାନର ଅନେକ ସହରରେ ପାରଦ ୪୯ ଡିଗ୍ରି ଛୁଇଁଛି। ଏଭଳି ସ୍ଥିତିରେ ହଜାର ହଜାର ଲୋକ ଅଂଶୁଘାତର ଶିକାର ହେଉଛନ୍ତି। ପୂର୍ବଦିନ ମୋହେଞ୍ଜୋଦାରୋରେ ତାପମାତ୍ରା ୪୯ ଡିଗ୍ରି ସେଲସିୟସ କୁ ବୃଦ୍ଧି ପାଇଥିଲା। ଋତୁର ସବୁଠାରୁ ଉତ୍ତପ୍ତ ଦିନ ଗୁରୁବାର ମୋହେଞ୍ଜୋଦାରୋ ଓ ଦାଦୁରେ ତାପମାତ୍ରା ୫୦ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ଅନ୍ୟ ସହରର ତାପମାତ୍ରା ୪୬ ଡିଗ୍ରି ଉପରେ ରହିଥିଲା।

ପାକିସ୍ତାନର ଡାକ୍ତରଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ସେପଟେ ଜଳବାୟୁ ପରିବର୍ତନ ଯୋଗୁଁ ଅତ୍ୟଧିକ ଗରମ ଯୋଗୁଁ ତାପମାତ୍ରା ସ୍ୱାଭାବିକ ସ୍ତର ଅତିକ୍ରମ କରିବା ପରେ ସ୍ଥିତି ବିଗିଡ଼ିଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଡାକ୍ତରମାନେ ଗୁରୁବାର ଦିନ ପାକିସ୍ତାନର ବିଭିନ୍ନ ଡାକ୍ତରଖାନାରେ ଶତାଧିକ ଅଂଶୁଘାତ ପୀଡ଼ିତଙ୍କୁ ଚିକିତ୍ସା କରିଥିଲେ।

ଗୁରୁବାର ମୋହେଞ୍ଜୋଦାରୋ ଓ ଦାଦୁରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ ପାକିସ୍ତାନର ସିନ୍ଧ ପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଅତି କମରେ ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ଏଭଳି ସ୍ଥିତିରେ ପାକିସ୍ତାନର ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ମୋଡରେ ରଖାଯାଇଛି ।

ଗ୍ରୀଷ୍ମ ପ୍ରବାହ ଅତି କମରେ ଏକ ସପ୍ତାହ ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରିଛି ପାକିସ୍ତାନ ପାଣିପାଗ ବିଭାଗ (ପିଏମଡି)। ଲୋକଙ୍କୁ ଘର ଭିତରେ ରହିବା ଏବଂ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ପିଏମଡି କର୍ତ୍ତୃପକ୍ଷ। ୨୦୨୪ ମେ ୨୧ରୁ ୨୭ ମଧ୍ୟରେ ଖୈବର ପଖ୍ତୁନଖୱାର ଗିଲଗିଟବାଲଟିସ୍ତାନର ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପ୍ରବଳ ଗରମ ସହ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକଙ୍କ ପାଇଁ ଘରୁ ବାହାରିବା କଷ୍ଟକର ହୋଇପଡିଛି ଏବଂ ଯେଉଁମାନେ ଘରୁ ବାହାରକୁ ଯାଉଛନ୍ତି ସେମାନେ ଅଂଶୁଘାତର ଶିକାର ହେଉଛନ୍ତି । ଏଭଳି ସ୍ଥିତିରେ ପାକିସ୍ତାନରେ ସ୍ଥିତି ଅତ୍ୟନ୍ତ କଷ୍ଟକର ମନେ ହେଉଛି।

 

Get real time updates directly on you device, subscribe now.