fbpx

ଖୁସିରେ ନାଚିଲେ AIR INDIA କର୍ମଚାରୀ, କମ୍ପାନୀ ବଢାଇଲା ଏତିକି ଦରମା, ପାଇଲଟଙ୍କୁ ମିଳିଲା ବୋନୋସ

AAKASH

ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାରଲାଇନ କମ୍ପାନୀ ଏୟାର ଇଣ୍ଡିଆର କର୍ମଚାରୀମାନଙ୍କୁ ଉପହାର ମିଳିଛି । କମ୍ପାନୀ ଜୁନିୟର ଫାର୍ଷ୍ଟ ଅଫିସରଙ୍କୁ ଛାଡି ସମସ୍ତ ପାଇଲଟଙ୍କ ମାସିକ ଦରମାରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଏତିକି ନୁହେଁ, ପାଇଲଟଙ୍କୁ ୧.୮ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ପ୍ରଦର୍ଶନର ବୋନସ ମଧ୍ୟ ଦିଆଯିବ । ପିଟିଆଇ ଖବର ମୁତାବକ, ଏହି ବୋନସ ପାଇଲଟମାନଙ୍କ ପ୍ରଦର୍ଶନ ଏବଂ କମ୍ପାନୀର ସମଗ୍ର ପ୍ରଦର୍ଶନ ଆଧାର ଭାବେ ଦିଆଯିବ । କ୍ଷତିଗ୍ରସ୍ତରେ ଚାଲୁଥିବା ଏୟାରଲାଇନକୁ ଟାଟା ଗ୍ରୁପ ପକ୍ଷରୁ ଦୁଇ ବର୍ଷ ପୂର୍ବରୁ କିଣିବା ପାଇଁ ଦୁଇ ବର୍ଷ ପରେ ଏହା ପ୍ରଥମ ସାଲାରୀ ହାଇକ ।

ଖବର ମୁତାବକ ଏହି ଘୋଷଣା ଦୁଇଟି ୟୁନିୟନ ପାଇଁ କରାଯାଇଛି । ପ୍ରଥମଟି ଇଣ୍ଡିଆନ କମର୍ସିଆଲ ପାଇଲଟସ ଆସୋସିଏସନ, ଯାହା ନ୍ୟାରୋବଡି ପାଇଲଟସଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଗର ପ୍ରତିନିଧିତ୍ୱ କରିଥାଏ ଏବଂ ଇଣ୍ଡିଆନ ପାଇଲଟ୍ସ ଗିଲ୍ଡ, ଯେଉଁଥିରେ ୱାଇଡବଡି ପାଇଲଟମାନଙ୍କର ଏକ ବଡ଼ ବର୍ଗ ସାମିଲ ଅଛି ।

Get real time updates directly on you device, subscribe now.