fbpx

ଜିରୋ ଟଲରାନସ୍ ନିୟମ; ବାଦ ପଡ଼ିଲାନି ‘ମୋ ବସ୍’; ସିଗନାଲ୍ ଭାଙ୍ଗିବାରୁ ସିଜ୍ କଲା ପୋଲିସ

AAKASH

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ କମିବାର ନାଁ ନେଉନି ସଡ଼କ ଦୁର୍ଘଟଣା । ସିଆଇଡି ଓ କ୍ରାଇମବାଞ୍ଚ ଦେଇଛି ଚିନ୍ତାଜନକ ରିପୋର୍ଟ ଦେଖିଲେ ପୂର୍ବ ତୁଳନାରେ ଅଧିକ ବଢିଛି ମୃତ୍ୟୁହାର । ସେଥିପାଇଁ ଦୃତ ଗାଡ଼ି ଚାଳକ, ମଦ୍ୟପ ଡ୍ରାଇଭର, ରଙ୍ଗ୍ ସାଇଡ୍ ଡ୍ରାଇଭିଂ, ମୋବାଇଲ ଫୋନରେ ଗପି ଗାଡି ଚଲାଉଥିବା ଲୋକ, ହେଲମେଟ ଓ ସିଟ ବେଲ୍ଟ ନ ପିନ୍ଧିଥିବା ନିୟମ ଉଲଂଘନକାରୀଙ୍କ ପାଇଁ ଏନଫୋରସମେଣ୍ଟ କଡ଼ାକଡ଼ି କରୁଛନ୍ତି ପୋଲିସ ଓ ଆରଟିଓ ।

ଗତକାଲି ସେଫ୍ ସିଟି ଅଭିଯାନ ସମୟରେ ସିଆରୟୁଟି ସରକାରୀ ମୋ ବସ୍ ନଂ. OD 33 AJ 2808, ୨୧.୦୫.୨୦୨୪ ରାତି ୮.୩୫ରେ ବେହେରା ସାହି ଟ୍ରାଫିକ୍ ପୋଷ୍ଟରେ ସିଗନାଲ୍ ନ ମାନିବା ଅଭିଯୋଗରେ ବ୍ଲୁ ଇଭି ସିଜ୍ କରାଯାଇଛି । ଜିରୋ ଟଲରାନସ୍ ନୀତି ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନିଆଯାଇଥିଲା । ଟ୍ରାଫିକ୍ ନିୟମ ନ ମାନିବା ଏବଂ ସଡ଼କ ସୁରକ୍ଷା ବଢ଼ାଇବା ପାଇଁ ନିୟମ ଉଲ୍ଲଂଘନ ବିରୋଧରେ ପୋଲିସ ରିପୋର୍ଟ ଦାଖଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସିପି ଶରତ କୁମାର ସାହୁ ।

Get real time updates directly on you device, subscribe now.