fbpx

ରାଇଘରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା: ଶ୍ରେଷ୍ଠ ୬ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ

AAKASH

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜୋଡିଙ୍ଗା କନ୍ୟାଶ୍ରମ ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିକ୍ଷା ଅଧିକାରୀ ଇଶ୍ବର ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବକ୍ତବ୍ୟ ରଖିଥିଲେ ।

ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ବିଜ୍ଞାନ ମେଳା ଅନୁଷ୍ଠିତ ହେଉଥିବା ଯୋଗୁଁ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବିଜ୍ଞାନମେଳାରେ ମୋଟ ୧୨୬ ପ୍ରକଳ୍ପ ପଦର୍ଶିତ ହୋଇଥିଲା । ଉଦଯାପନୀରେ ମୁଖ୍ୟ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବ୍ଲକ୍ ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ, ମୁଖ୍ୟ ବକ୍ତା ଭାବେ ରାଇଘର ତହସିଲଦାର ଶକ୍ତି ମହାପାତ୍ର, ସମ୍ମାନିତ ଅତିଥି ଭାବେ ବ୍ଲକ୍ ମଂଗଳ ସମ୍ପ୍ରସାରଣ ଅଧିକାରୀ ଅର୍ଜୁନ ନାୟକ, ଜୋଡିଙ୍ଗା ସରପଞ୍ଚ ସଙ୍ଗୀତା ଗଣ୍ଡ,ସମିତି ସଭ୍ୟ ଚଞ୍ଚଳା ଗଣ୍ଡ,ତୁରୁଡିହି ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଡିଇଓଦାସ ସତନାମୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରବିନ୍ଦ ପାରମାଣିକ ଓ ସୋନା ମାଝୀ ଯୋଗ ଦେଇଥିଲେ ।

ଏହି ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳାରେ ଶ୍ରେଷ୍ଠ ୬ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଯୋଗ ଦେବାକୁ ଘୋଷଣା କରାଯାଇଥିଲା । ଟିମନପୁର୍ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଶ୍ୟାମା ସାନ୍ତା,ଜୋଡିଙ୍ଗା କନ୍ୟାଶ୍ରମର ନବମ ଶ୍ରେଣୀ ଛାତ୍ରୀ ରୀତା ପ୍ରଧାନ,ତୁରୁଡିହି ହାଇସ୍କୁଲର ସୁମିତ୍ରା ଭୋମିକ୍, ରାଇଘର ଏକ୍ସ୍ ବୋର୍ଡ ବିଦ୍ୟାଳୟର ରଂଜିତା ଦାସ‌,ଖୁଟୁଗାଁ ବିଦ୍ୟାଳୟର ରଜୁଲା ଗଣ୍ଡ, ଭାରଣ୍ଡଖୁଣ୍ଟ ବିଦ୍ୟାଳୟର ପ୍ରଗ୍ୟାନ୍ ସୋନି ମୋଟ ୬ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ମୋନନିତ ହୋଇଥିଲେ । ବିଚାରକ ଭାବେ ସୁଶେନ କୁମାର ଢାଲି ଓ ଅକ୍ଷୟ କୁମାର ମଲିକ ଯୋଗ ଦେଇଥିଲେ । ଜୋଡିଙ୍ଗା କନ୍ୟାଶ୍ରମ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଦ୍ୱାରା ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା  । ସମସ୍ତ ଅତିଥି ଗଣ ମଧ୍ୟ ମିଳିତ ଭାବେ କାନ୍ଧକୁ କାନ୍ଧ ମିଶାଇ ସମସ୍ତଙ୍କୁ ଉତ୍ସାହ ବଢାଇ ଥିଲେ । ଜୋଡିଙ୍ଗା କନ୍ୟାଶ୍ରମର ସମସ୍ତ କର୍ମଚାରୀ ସହ ସମସ୍ତ ସିଆରସିସି ସହଯୋଗ କରିଥିଲେ । ରାଇଘର ବ୍ଲକରେ ପ୍ରଥମ ଥର ପାଇଁ ୧୨୬ ପ୍ରକଳ୍ପ ପଦର୍ଶିତ ହୋଇଥିଲା । ଜୋଡିଙ୍ଗା କନ୍ୟାଶ୍ରମ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଜେନା ସହ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଜୋଡିଙ୍ଗା ଠାରେ ସଫଳତା ସହ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପ୍ତ ହୋଇଥିଲେ ସୁଦ୍ଧା ଗୋଟିଏ ଦିନ ଆଗରୁ ଖବର ପାଇବାରୁ କେତେକ ସ୍କୁଲ୍ ମେଳାରେ ସାମିଲ ହୋଇନଥିବା ଜଣାଯାଇଛି।

Get real time updates directly on you device, subscribe now.