fbpx

ଆମେରିକାରେ ବ୍ୟାପୁଛି ନୂଆ ରୋଗ ! ୩୪ ରାଜ୍ୟରେ ୪୦୦ରୁ ଅଧିକ ଆକ୍ରାନ୍ତ, ଜାଣନ୍ତୁ କାରଣ

କରୋନା ସଙ୍କଟ ସମୟରେ ଆମେରିକାର ଅନେକ ରାଜ୍ୟରେ ଆଉ ଏକ ନୂଆ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାପିବାର କାରଣ ହେଉଛି ଲାଲ୍ ଓ ହଳଦିଆ ରଙ୍ଗର ପିଆଜ । ବର୍ତ୍ତମାନ ସୁଦ୍ଧା ଆମେରିକାର ୩୪ଟି ରାଜ୍ୟରେ ୪୦୦ରୁ ଅଧିକ ଲୋକ ଏହି ରୋଗରେ ପୀଡିତ ଥିବା ବେଳେ ପିଆଜ ଖାଇବାରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଆମେରିକାର ବହୁ ରାଜ୍ୟରେ ଲାଲ ଓ ହଳଦିଆ ପିଆଜରୁ ସୈଲମାନେଲାର ବ୍ୟାକ୍ଟେରିଆ ବ୍ୟାପିବାରେ ଲାଗିଛି । ଆମେରିକାର ସର୍ବବୃହତ ସ୍ୱାସ୍ଥ୍ୟ ଏଜେନ୍ସି ସିଡିସି ଏକ ସତର୍କ ଜାରି କରିଛି । ଥୋମସନ ଇଣ୍ଟରନେସନାଲ ନାମକ କମ୍ପାନୀ ଦ୍ୱାରା ଯୋଗାଉଥିବା ପିଆଜ ନଖାଇବାକୁ ସିଡିସି ଆଦେଶ ଦେଇଛି ।

କାନାଡାରେ ମଧ୍ୟ ଏହି ବ୍ୟାକ୍ଟେରିଆ ବ୍ୟାପିବାର ଦେଖିବାକୁ ମିଳିଛି । ଏହି ବ୍ୟାକ୍ଟେରିଆ ଯୋଗୁଁ ୬୦ ଜଣ ଲୋଗ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଜୁନ ୧୯ରୁ ଜୁଲାଇ ୧୧ ମଧ୍ୟରେ ଏହାର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିଥିବା ସିଡିସି କହିଛି । ଏହି ବ୍ୟାକ୍ଟେରିଆ ଯେଳଗୁଁ ଆପଣଙ୍କୁ ଡାଇରିଆ, ଜ୍ୱର ଓ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାବାକୁ ମିଳିବ । ଏହାର ଲକ୍ଷଣ ୬ ଘଣ୍ଟାରୁ ନେଇ ୬ ଦିନ ମଧ୍ୟରେ ଦେଖିବାକୁ ମିଳିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.