୩୦୦୦ ଟଙ୍କାର ପାସ୍ ଏବଂ ବର୍ଷକ ଯାକ ଟୋଲ୍ ମାଗଣା, ଜାଣନ୍ତୁ ନୂଆ ସୁବିଧା
ଏତିକି ଟଙ୍କାର ପାସ୍ ନେଲେ ବର୍ଷକ ଯାଏଁ ଟୋଲ ମାଗଣା, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଦେଶରେ FASTagକୁ ନେଇ ନୂଆ ଅପଡେଟ ସାମ୍ନାକୁ ଆସିଛି। କେନ୍ଦ୍ର ସରକାର FASTag ସିଷ୍ଟମରେ ପରିବର୍ତ୍ତନ କରିବାକୁ ଯାଉଛି। ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଟୋଲ ପ୍ଲାଜାର ବ୍ୟବହାର କରୁଛନ୍ତି।
ବର୍ତ୍ତମାନ ଆପଣଙ୍କୁ ନିଜର ଫାଷ୍ଟଟ୍ୟାଗରେ ଟୋଲ ଟ୍ୟାକ୍ସ ପେମେଣ୍ଟ ପାଇଁ ପୁଣିଥରେ ରିଚାର୍ଜ କରିବାକୁ ପଡିବ। ନୂଆ ନିତି ଅନୁଯାୟି, ଯାନବାହାନର ମାଲିକ ୩୦୦୦ଟଙ୍କାର ବାର୍ଷିକ ପେମେଣ୍ଟ କରି ସାରା ବର୍ଷ ନେସନାଲ ହାଇୱେରେ ଯାତ୍ରା କରିପାରିବେ।
ଏହା ବ୍ୟତୀତ ଯେଉଁ ଲୋକେ କମ ଯାତ୍ରା କରୁଛନ୍ତି, ତାଙ୍କ ପାଇଁ ପ୍ରତି ୧୦୦ କିମିର ୫୦ ଟଙ୍କାର ପେମେଣ୍ଟ କରିବାର ଅପସନ ମଦ୍ୟ ରହିବ। ଏହି ସିଷ୍ଟମରେ ଟୋଲ ପ୍ଲାଜାରେ ଲାଗୁଥିବା ଟ୍ରାଫିକ ଭିଡ଼ରୁ ମୁକ୍ତି ମିଳିବ ଏବଂ ଫ୍ଲ୍ୟୁ ମଧ୍ୟ ସଞ୍ଚୟ ହେବ।
FASTag ସିଷ୍ଟମରେ କିଛି ଆବଶ୍ୟକୀୟ ପରିବର୍ତ୍ତନ ଯୋଗୁଁ ଟୋଲ କଲେକ୍ସନକୁ ଅଧିକ ସୁବିଧାଜନକ ଏବଂ ସ୍ପଷ୍ଟ କରିବା ଉଚିତ। ଏହି ନୂଆ ସିଷ୍ଟମ ଅନୁଯାୟୀ, ଲୋକଙ୍କୁ ଟୋଲର ପେମେଣ୍ଟ କରିବାରେ ସହଜ ହେବ ଏବଂ ଲୋକଙ୍କ ଯାତ୍ରା ଆହୁତ ଉତ୍ତମ ହେବ।
ଆସନ୍ତୁ ଜାଣିବା FASTag ସିଷ୍ଟମକୁ ନେଇ କଣ ପରିବର୍ତ୍ତନ ହୋଇପାରିବ ଏବଂ ଲୋକଙ୍କ ଯାତ୍ରା ଆହୁରି ସୁବିଧା ହୋଇଯିବ।
ରିପୋର୍ଟସ ମୁତାବକ, ନୂଆ ନିତି ଅନୁଯାୟୀ ଗାଡ଼ି ମାଲିକ ୩ ହଜାର ଟଙ୍କାର ବାର୍ଷିକ ପେମେଣ୍ଟ କରି ସାରା ବର୍ଷ ନେସନାଲ ହାଇୱେ, ଏକ୍ସପ୍ରେସୱେ ଏବଂ ଷ୍ଟେଟ ହାଇୱେ ଯେତେ ଚାହିଁବେ ସେତେ ଭ୍ରମଣ କରିପାରିବେ। ଏଥିପାଇଁ ଲୋକେ ବାରମ୍ବାର ଟୋଲର ପେମେଣ୍ଟ କରିବାର ଆବଶ୍ୟକତା ନାହିଁ।