fbpx

ଇନଷ୍ଟାଗ୍ରାମ ୟୁଜରଙ୍କ ପାଇଁ ଖୁସି ଖବର : ଆଗକୁ ଆସୁଛି ନୂଆ ଫିଚର

ନୂଆଦିଲ୍ଲୀ : ଫଟୋ ଏବଂ ଭିଡିଓ ସେୟାର କରିବା ପାଇଁ ପସିଦ୍ଧ ଲାଭ କରିଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଇଷ୍ଟାଗ୍ରାମ ଏବେ ପୁଣି ୟୁଜର ମାନଙ୍କ ପାଇଁ ନୂଆ ଫିଚର ଆଣିବ । ଏବେ ତାହା ଉପରେ କାମ ଚାଲିଛି ବୋଲି କମ୍ପାନୀ ସୂତ୍ରରୁ ଜଣା ପଡିଛି । ଏହା ଦ୍ୱାରା ୟୁଜର ମାନେ ତାଙ୍କ ଷ୍ଟୋରୀ ଉପରେ କମେଣ୍ଟକୁ ହାଇଲାଇଟ କରିପାରିବେ । ଇନଷ୍ଟାଗ୍ରମ ଏହି ଫିଚର ଉପରେ ଟେଷ୍ଟ କରୁଛି । ଏହା ଦ୍ୱାରା କ୍ରିଏଟର ଏବଂ ୟୁଜର ମାନଙ୍କ ମଧ୍ୟରେ ଭଲ କନେକସନ ରହିବ ।

ଇନଷ୍ଟାଗ୍ରାମର ମୁଖ୍ୟ ଆଡାମ ମେସୋରୀ ଏକ ପୋଷ୍ଟରେ କହିଥିଲେ ସେମାନେ କ୍ରିଏଟର ମାନଙ୍କ ପାଇଁ ଏକ ଖାସ ଫିଚର କରୁଛନ୍ତି । ଯାହା ୟୁଜର ମାନେ ତାଙ୍କ ଭ୍ୟୁୟର୍ସ ମାନଙ୍କ କମେଣ୍ଟକୁ ହାଇଲାଇଟ କରିପାରିବେ । ଏହି ନୂଆ ଫିଚରକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରଥମେ ଆପଣଙ୍କ ଷ୍ଟୋରୀକୁ ଯିବାକୁ ପଡିବ । ଏହା ପରେ ଯେଉଁ କମଣ୍ଟେକୁ ଆପଣ ହାଇଲାଇଟ କରିବାକୁ ଚାହୁଛନ୍ତି ତାହାକୁ ସ୍ୱାଇପ କରିବାକୁ ପଡିବ । ଏହା ପରେ ଆଡ ଟୁ ଷ୍ଟୋରୀ ଅପସନରେ କ୍ଲିକ କରିବାକୁ ପଡିବ । ତାହାକୁ ସିଲେକ୍ଟ କରିବା ପରେ ସେହି କମେଣ୍ଟ ଷ୍ଟୋରୀ ଉପରେ ହାଇଲାଇଟ ହେବ ।

କିନ୍ତୁ ଏବେ ପର୍ଯ୍ୟନ୍ତ କମ୍ପାନୀ ତରଫରୁ ଏହା କୁହାଯାଇ ନାହିଁ କେବେ ଏହି ଫିଚର ୟୁଜର ମାନଙ୍କ ପାଇଁ ଲାଗୁ କରାଯିବ । ତେବେ କେବଳ ଏହି ଗୋଟିଏ ଫିଚର ନୁହେଁ ଇନଷ୍ଟାଗ୍ରାମ ଅନେକ ଫିଚର ଆଗକୁ ଆଣିବ ।

Get real time updates directly on you device, subscribe now.