fbpx

ଶବ ଖୋଜିବା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କଲା ପୋଲିସ

ମୁମ୍ବାଇ: ବହୁର୍ଚ୍ଚିତ ବିଜେପି ଅଧିକାରୀ ସନା ଖାନଙ୍କ ହତ୍ୟା ଉପରୁ ପର୍ଦା ଉଠିଥିଲେ ମଧ୍ୟ ତାଙ୍କ ଶବ ଏପର୍ୟ୍ୟନ୍ତ ପୋଲିସ ଠାବ କରିପାରି ନାହିଁ । ଏବେ ପୋଲିସ ଶବ ଖୋଜିବା ପାଇଁ ସାଧାରଣ ଲୋକଙ୍କ ସାହାର୍ୟ୍ୟ ମାଗୁଛି । ନାଗପୁର ପୋଲିସ ଶବ ଖୋଜି ଦେବା ଲୋକ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ଏହାର ସୂଚନା ଡିସିପି ଜୋନ-୨ ର ରାହୁଲ ମଦନେ ଦେଇଛନ୍ତି । ନାଗପୁରର କ୍ରାଇମବ୍ରାଞ୍ଚର ଡିସିପି ଏମ ସୁଦର୍ଶନ ଏବଂ ଜୋନ-୨ ର ଡିସିପି ରାହୁଲ ମଦନେ ପ୍ରମାଣ ପାଇଁ ଆଜି ନାଗପୁର ନାଗପୁର ଯାଇଛନ୍ତି । ଏଠାରେ ପୋଲିସ ସାଧାରଣ ଲୋକମାନଙ୍କୁ ସୂଚନା ଦେବା ପରେ କହିଥିଲେ ଯେଉଁ ବ୍ୟକ୍ତି ଶବ ଖୋଜିବାରେ ପୋଲିସକୁ ସାହାର୍ୟ୍ୟ କରିବ ସେହି ବ୍ୟକ୍ତିକୁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସନା ଖାନ ହତ୍ୟା ଘଟଣାର ତଦନ୍ତ ପାଇଁ ପୋଲିସକୁ ସନାଙ୍କ ଶବ ଏବଂ ମୋବାଇଲର ଆବଶ୍ୟତକା ଅଧିକ ଥିଲା କିନ୍ତୁ ତାହା ମିଳି ନଥିଲା ।

ପୋଲିସ ସନା ଖାନର ହତ୍ୟା ହୋଇଥିବା ସ୍ଥାନ ଏବଂ ଶବକୁ ଯେଉଁ ଠାରେ ଫିଙ୍ଗା ହୋଇଛି ସେଠାରେ ଥିବା ସନାଙ୍କ ରକ୍ତର ନମୁନା ପୋଲିସକୁ ମିଳିଛି । ଏହା ପୋଲିସ ପାଇଁ ସବୁଠାରୁ ବଡ ପ୍ରମାଣ ହୋଇପାରେ । ନାଗପୁର ପୋଲିସ ଜୋନ-୨ର ଡିସିପି ରାହୁଲ ମଦନେ କୁହନ୍ତି, ବିଜେପି ପଦାଧିକାରୀ ସନାଖାନର ହତ୍ୟା ଘଟଣାର ତଦନ୍ତ କରିବା ପାଇଁ ପୋଲିସକୁ ସନାଙ୍କ ଶବ ଏବଂ ମୋବାଇଲର ଆବଶ୍ୟକତା ପଡିବ । ଅମିତ ସାହୁ ସନାଙ୍କ ଶବ ଯେଉଁ ସ୍ଥାନରେ ନଦୀରେ ପିଙ୍ଗିଥିଲା ସେଠାରୁ ୩ କିଲୋମିଟର ସେହି ନଦୀ ନର୍ମଦା ନଦୀରେ ମିଶୁଛି । ଯାହା ଫଳରେ ନର୍ମଦା ନଦୀର ୧୦୦ କିଲୋମିଟର କ୍ଷେତ୍ରରେ ଲୋକମାନଙ୍କୁ ଲୋକମାନଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ନର୍ମଦା ନଦୀ ପାଖରେ ଯେଉଁ ଗାଁ ରହିଛି ସେଠାରେ ଥିବା ଲୋକମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

ସୂଚନା ଥାଉକି, ଭାରତୀୟ ଜନତା ପାର୍ଟିର ପଦାଧିକାରୀ ସନା ଖାନଙ୍କ ହତ୍ୟା ଜବଲପୁରର କୁଖ୍ୟାତ ଅପରାଧି ଅମିତ ଓରଫ ପପୁ ସାହୁ ୨ ଅଗଷ୍ଟରେ କରିଥିଲା । ୧୧ ଅଗଷ୍ଟରେ ପୋଲିସ ପପୁ ଏବଂ ତାହାର ସହଯୋଗୀକୁ ଗିରଫ କରିଥିଲା । ଏବେ ପର୍ୟ୍ୟନ୍ତ ଏହି ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.