fbpx

ଫୋନ ଠକେଇର ନୂଆ ଫର୍ମୁଲା: ପ୍ରଥମେ ଦେଲା ୧୨ ହଜାର, ପରେ ଠକିନେଲା ୨ ଲକ୍ଷ

ନୂଆଦିଲ୍ଲୀ: ଫୋନ ଠକେଇର ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରେ ସାଇବର ଫ୍ରଡ ଠକେଇ କରିବା ପାଇଁ ପ୍ରଥମେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ପାଖାପଖି ୧୨ ହଜାର ଟଙ୍କା ଟ୍ରାନ୍ସଫର କରିଥିଲା । ପରେ ସେହି ବ୍ୟକ୍ତି ଠାରୁ ୨ ଲକ୍ଷ ଟଙ୍କା ଠକେଇ କରିଛି ।

ସୂଚନା ଅନୁଯାୟୀ, ଗୁଜରାଟରେ ରହୁଥିବା ଉବେଶ ରାଜଙ୍କ ପାଖକୁ କଲ୍ ଆସିଥିଲା । ଯେଉଁଥିରେ ଏହି ନିରିହ ବ୍ୟକ୍ତିଙ୍କୁ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିବା ପରିବର୍ତ୍ତେ ଟଙ୍କା ପ୍ରଲୋଭନ ଦେଖାଯାଇଥିଲା । ମହିଳା ଜଣକ ନିଜକୁ ଏଜି ମାର୍କେଟିଙ୍ଗର ଏଚଆର ବୋଲି ପରିଚୟ ଦେଇଥିଲେ । ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିବା ପରିବର୍ତ୍ତେ ବ୍ୟବହାରକାରୀଙ୍କୁ କିଛି ଟଙ୍କା ରିସିଭ୍ ହୋଇଥିଲା । ଯାହାକୁ ଦେଖିବା ପରେ ସେ ଖୁସି ହୋଇଗଲେ ।

ଟଙ୍କା ପାଇବା ପରେ ସେ ମହିଳାଙ୍କ କଥାରେ ବିଶ୍ୱାସ କରିଗଲେ । ଏହି ଠକେଇ କରୁଥିବା ମହିଳା ବିଟକଏନରେ ଇନଭେଷ୍ଟ କରିବାକୁ କହିଲେ ଏବଂ ୩୦ ପ୍ରତିଶତ ପ୍ରୋଫିଟର ମଧ୍ୟ ପ୍ରଲୋଭନ ଦେଖାଇଲେ । ଏହାପରେ ରାଜ ମହିଳାଙ୍କ କଥାକୁ ବିଶ୍ୱାସ କରି ୱେବସାଇଟକୁ ଯାଇ ରେଜିଷ୍ଟ୍ରେସନ କରାଇଲେ । ଏହାପରେ ସେ ବିଟକଏନ ରିଟର୍ଣ୍ଣ ବାବଦରେ କିଛି ଟଙ୍କା ମଧ୍ୟ ଟ୍ରାନ୍ସଫର କଲେ ।

ବ୍ୟବହାରକାରୀ ଚାରୋଟି ଟାକ୍ସ ପୂରଣ କଲେ ଏବଂ ଯେତେବେଳେ ନିଜ ରିଟର୍ଣ୍ଣ ମାଗିଲେ ସେତେବେଳେ ସିଷ୍ଟମ୍ କହିଲା ତାଙ୍କ ଆକାଉଣ୍ଟ ଫ୍ରୀଜ ହୋଇଯାଇଛି । ଆକାଉଣ୍ଟକୁ ଦ୍ୱିତୀୟ ଥର ଆରମ୍ଭ କରିବା ପାଇଁ ୨ ଲକ୍ଷ ଟଙ୍କା ଏକ୍ସଟ୍ରା ମାଗିଲା । ଏହାପରେ ତାଙ୍କୁ ଲାଗିଲା ସେ ଠକେଇର ଶିକାର ହେଉଛନ୍ତି । ଏହାପରେ ସେ ପୋଲିସରେ କେସ୍ ଦେଇଥିଲେ, ଏହି ସୂଚନା ଟାଇମ୍ସ ଅଫ ଇଣ୍ଡିଆ ଦେଇଥିଲେ । ତେଣୁ ଏହିସବୁ ସ୍କାମ ଠାରୁ ବଞ୍ଚିବା ପାଇଁ ନିଜ ବ୍ୟାଙ୍କ ସମ୍ବିଧିତ ଡିଟେଲ୍ସ ଏବଂ ଓଟିପିକୁ ସେୟାର କରନ୍ତୁ ନାହିଁ ।

Get real time updates directly on you device, subscribe now.