(Big Breaking) ନୂଆବର୍ଷରେ ନୂଆ ରାଜ୍ୟପାଳ ପାଇବ ରାଜ୍ୟ, ୩ରେ ନେବେ ଶପଥ

ଭୁବନେଶ୍ୱର- ନୂଆ ବର୍ଷରେ ନୂଆ ରାଜ୍ୟପାଳ ପାଇବ ଓଡିଶା । ଆସନ୍ତା ୩ ତାରିଖରେ ହରିବାବୁ କମ୍ଭମପତି ଶପଥପାଠ କରିବେ । ତେଣୁ ଆସନ୍ତା କାଲି ସେ ଭୁବନେଶ୍ୱରରେ ପହଞ୍ଚିବେ । ଅପରାହ୍ନ ୩ଟାରେ ସେ ଭୁବନେଶ୍ୱରରେ ପହଞ୍ଚି ସଂଧ୍ୟାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ନୂଆ ଦାୟିତ୍ୱ ଗ୍ରହଣ କରିବେ ।

ଶୁକ୍ରବାର ନୂଆ ରାଜ୍ୟପାଳ ହରିବାବୁଙ୍କ ଶପଥ ପାଠ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହେବ । ଏହି ଶପଥପାଠ ଉତ୍ସବ ରାଜଭବନରେ ହିଁ ଆୟୋଜିତ ହେବ ।

ହରିବାବୁ କମ୍ଭମପତି ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ଦାୟିତ୍ୱ ପାଇଛନ୍ତି । ରଘୁବର ଦାସ ନିଜ ପଦରୁ ଡିସେମ୍ବର ମାସରେ ଇସ୍ତଫା ଦେଇଥିଲେ ।

ତେବେ ହରିବାବୁ ଆଗରୁ ମିଜୋରାମର ରାଜ୍ୟପାଳ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ପ୍ରାରମ୍ଭିକ ଜୀବନରେ ଜଣେ ଶିକ୍ଷକ ଭାବେ କାମ କରିଥିଲେ । ପରେ ସେ ରାଜନୀତିରେ ପ୍ରବେଶ କଲେ ।

ନୂଆ ରାଜ୍ୟପାଳଙ୍କ ଆଗମନ ଓ ଶପଥପାଠକୁ ନେଇ ରାଜଭବନ ପ୍ରଶାସନ ତଥା ରାଜ୍ୟ ପ୍ରଶାସନ ସକ୍ରିୟ ହୋଇଯାଇଛନ୍ତି । ତାଙ୍କ ଆଗମନ କାଳରେ ତାଙ୍କ ସ୍ୱାଗତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ମନ୍ତ୍ରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।