fbpx
BJD SKY
BJD SKY

ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ନୂଆ GST ନିୟମ, ପ୍ରଭାବିତ ହେବେ ୧.୮୦ ଲକ୍ଷ କମ୍ପାନୀ ଓ ସାଧାରଣ ଜନତା

BJD

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ଗୁଡସ ଆଣ୍ଡ ସର୍ଭିସ ଟ୍ୟାକ୍ସ (ଜିଏସଟି)କୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ୧.୮୦ ଲକ୍ଷ କମ୍ପାନୀ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବା ସହ ସାଧାରଣ ଜନତା ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ପ୍ରଭାବିତ ହେବେ । ୨୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଇଲେକ୍ଟ୍ରୋନିକ ଚାଲାଣ କାଟିବାକୁ ପଡ଼ିବ । ଏହି ପଦକ୍ଷେପ ପରେ ଟ୍ୟାକ୍ସ ସମ୍ବନ୍ଧୀୟ ନିୟମକୁ ଲାଗୁ କରିବା ପୂର୍ବାପେକ୍ଷା ଅଧିକ ସହଜ ହୋଇଯିବ ବୋଲି କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୫୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ କ୍ଷେତ୍ରରେ ଇ-ଚାଲାଣ ଲାଗୁ କରାଯାଇଥିଲା । ଗତ ୨୦୨୦ ମସିହା ଅକ୍ଟୋବର ୧ରେ ଜିଏସଟି ସମ୍ବନ୍ଧିତ ଏହି ନିୟମ ଲାଗୁ ହୋଇଥିଲା । ଗତବର୍ଷ ଏପ୍ରିଲ ୧ ତାରିଖରୁ ୫୦ କୋଟିରୁ ଅଧିକ କାରବାର କରୁଥିବା ବ୍ୟବସାୟୀଙ୍କ କ୍ଷେତ୍ରରେ ଇ-ଚାଲାଣ କଟୁଥିଲା । ଏଣିକି ଚଳିତ ଆର୍ଥିକ ବର୍ଷରୁ ୨୦ କୋଟିରୁ ଅଧିକ କାରବାର କରୁଥିବା ବ୍ୟବସାୟୀଙ୍କୁ ଇ-ଚାଲାଣ କାଟିବାକୁ ପଡ଼ିବ ।

ଜିଏସଟି ନିୟମରେ ହୋଇଥିବା ଏହି ପରିବର୍ତ୍ତନ ପରେ ଏବେ ଏହା ଅଧୀନରେ ୨୦ କୋଟିରୁ ଅଧିକ କାରବାର କରୁଥିବା କମ୍ପାନୀମାନେ ସାମିଲ ହୋଇଯାଇଛନ୍ତି । ପୂର୍ବାପେକ୍ଷା ଏଣିକି ଟ୍ୟାକ୍ସ ସମ୍ବନ୍ଧୀୟ ନିୟମ ଲାଗୁ କରିବା ସହଜ ହୋଇଯିବ ବୋଲି କୁହାଯାଇଛି । ଏଥିସହ ଇନପୁଟ ଟ୍ୟାକ୍ସ କ୍ରେଡିଟ ସମ୍ବନ୍ଧୀୟ ଠକାମି ମଧ୍ୟ ହ୍ରାସ ପାଇବ । ଏହି ନିୟମ ଲାଗୁ ହେବା ପରେ ଟ୍ୟାକ୍ସ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା କମିବାରେ ଲାଗିବ ।

Get real time updates directly on you device, subscribe now.