fbpx
BJD
BJD SKY
BJD SKY

ବୁଢ଼ାକାଳେ ରାସଲୀଳା! ୩ ଛୁଆର ମା’କୁ ନେଇ ପଳାଇଲା ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି, ପୋଲିସକୁ ବନ୍ଧକ ରଖିଲେ ଗ୍ରାମବାସୀ

ପଲାମୁ: ଝାଡଖଣ୍ଡର ପଲାମୁ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୬୦ ବର୍ଷୀୟ ବୃଦ୍ଧ ୩ ଛୁଆର ମା’କୁ ନେଇ ଫେରାର ମାରିଛନ୍ତି । ଏହି ମାମଲା ପରେ ରାଗରେ ଆସି ଗ୍ରାମବାସୀ ପ୍ରାୟ ୬ ଘଣ୍ଟା ଧରି ପୋଲିସ ବନ୍ଧକ ରଖିଥିଲେ । ଖବର ମୁତାବକ, ପଲାମୁ ଜିଲ୍ଲାର ପାଟନା ଥାନା ଅଞ୍ଚଳର ପାଲହେ କାଲା ଗାଁର ଜଣେ ଦୋକାନୀ ୬୦ ବର୍ଷୀୟ ଚନ୍ଦ୍ରେଶ୍ୱର ପାସୱାନ ଗତ ସପ୍ତାହରେ ଗାଁର ତିନି ଛୁଆଙ୍କ ମା’ ଥିବା ଜଣେ ମହିଳାଙ୍କୁ ନେଇ ଫେରାର ହୋଇଥିଲେ । ମହିଳା ଫେରାର ହୋଇଥିବା ଖବର ମିଳିବା ପରେ ତାଙ୍କ ସ୍ୱାମୀ ଥାନ ଚନ୍ଦ୍ରେଶ୍ୱର ପାସୱାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ଅନ୍ୟପଟେ ଅଭିଯୁକ୍ତ ଚନ୍ଦ୍ରେଶ୍ୱର ପାସୱାନଙ୍କ ଦୁଇ ପୁଅ ରବି ଓ ଶଶି ଉତ୍ତେଜିତ କ୍ରୋଧିତ ହୋଇ ରବିବାର ସକାଳେ ମହିଳାଙ୍କ ସ୍ୱାମୀ ମୁକେଶଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କୁ ଫାଶୀ ଝୁଲାଇଥିଲେ । କିନ୍ତୁ ମୁକେଶଙ୍କ ଝିଅ ଏହାକୁ ଦେଖିବା ପରେ ଚିକ୍ରାର କରିଥିଲେ । ଏହା ପରେ ଲୋକମାନେ ଚିକ୍ରାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ମୁକେଶଙ୍କୁ ବଞ୍ଚାଇଥିଲେ । ଏବେ ମେଡିକାଲରେ ମୁକେଶଙ୍କର ଚିକିତ୍ସା ଚାଲିଛି । ଘଟଣାକୁ ନେଇ ଗ୍ରାମବାସୀ ଲଗାତାର ଭାବେ ଚନ୍ଦ୍ରେଶ୍ୱର ପାସୱାନଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି ।

ଏହି ମାମଲାରେ ସ୍ୱାମୀ ମୁକେଶ କହିଛନ୍ତି ଯେ, ଦୀର୍ଘ ଦିନ ଧରି ତାଙ୍କ ପତ୍ନୀଙ୍କ ସହ ଚନ୍ଦ୍ରେଶ୍ୱର ପାସୱାନର ପ୍ରେମ ସମ୍ପର୍କ ଚାଲିଥିଲା । ପ୍ରାୟ ଏକ ସପ୍ତାହ ପୂର୍ବରୁ ଚନ୍ଦ୍ରେଶ୍ୱର ତାଙ୍କ ପତ୍ନୀଙ୍କ ସହ ପଳାଇ ଯାଇଥିଲେ । ମହିଳା ଜଣକ ତାଙ୍କର ତିନି ଛୋଟ ପିଲାଙ୍କୁ ଛାଡି ପଳାଇଛନ୍ତି । ବିରୋଧ କରିବାକୁ ଉଭୟ ପରିବାରଙ୍କ ସହ ବିବାଦ ଆରମ୍ଭ ହୋଇଥିଲା । ଏହା ପରେ ଅଭିଯୁକ୍ତର ଉଭୟ ପୁଅ ରବିବାର ସକାଳେ ମୁକେଶଙ୍କୁ ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଝିଅ ଆସିଯିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି ।

ବଢ଼ୁଥିବା ମାମଲାକୁ ଦେଖି ଚନ୍ଦ୍ରେଶ୍ୱର ପାସୱାନ ମହିଳାଙ୍କୁ ନେଇ ତାଙ୍କ ବାପଘରେ ଛାଡ଼ିଦେଇଥିଲେ । କିନ୍ତୁ ମହିଳାଙ୍କୁ ତାଙ୍କ ବାପଘର ଲୋକେ ତଡ଼ିଦେଇଥିଲେ । ଏହାପରେ ମହିଳା ରବିବାର ଦିନ ପାଲହେ ନିଜ ଘରେ ପହଞ୍ଚିଥିଲେ । ଏହା ପରେ ଉତ୍ତେଜିତ ଗ୍ରାମବାସୀ ମହିଳାଙ୍କୁ ବନ୍ଧକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବା ପରେ ଗ୍ରାମବାସୀମାନେ ତାଙ୍କୁ ବି ବନ୍ଧକ ରଖି ଗିରପ କରିବାକୁ ଦାବି କରିଥିଲେ । ଏହା ସହ ମହିଳାଙ୍କ ବାହାଘର ଚନ୍ଦ୍ରେଶ୍ୱର ସହ କରିବାକୁ ଗ୍ରାମବାସୀ ଦାବି କରିଥିଲେ ।

Get real time updates directly on you device, subscribe now.