fbpx

ଶ୍ରୀମନ୍ଦିର ପାଇଁ ଜାରି ହେଲା ନୂତନ ଗାଇଡଲାଇନ୍; ଦୀପାବଳୀ, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଦର୍ଶନ

ପୂରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପ୍ରଶାସନର ପରିବର୍ତ୍ତିତ ଗାଇଡଲାଇନ୍ ଜାରି କରାଯାଇଛି । ଏହି ନୂତନ ପରିବର୍ତ୍ତିତ ମାର୍ଗଦର୍ଶିକା ଆସନ୍ତାକାଲି ଠାରୁ ଲାଗୁ ହେବ । ତେବେ ଏହି ନୁତନ ଗାଇଡଲାଇନ୍ ଦଶହରା ଉପଲକ୍ଷେ ଅଣାଯାଇଛି । କାରଣ ଏହି ସମୟରେ ଭକ୍ତଙ୍କ ଅଧିକ ଭିଡ଼ ଲାଗିବାକୁ ଥିବାରୁ ନିୟମକୁ କଡ଼ାକଡ଼ି କରାଯାଇଛି । ତେବେ ଏହି ମାର୍ଗଦର୍ଶିକା ଅନୁସାରେ, ଦଶହରା ଅବସରରେ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶନିବାର ଗୋଷାଣି ଭସାଣି ପାଇଁ ଦିନ ୧୨ଟାରୁ ବନ୍ଦ ରହିବ ଶ୍ରୀମନ୍ଦିର । ଅକ୍ଟୋବର ଓ ନଭେମ୍ବରରେ ପ୍ରତି ରବିବାର ଏଣିକି ଶ୍ରୀମନ୍ଦିର ବନ୍ଦ ରହିବ ।

ରବିବାର ଦିନ ଶ୍ରୀମନ୍ଦିରକୁ ବିଶୋଧନ କରାଯିବ । ସେହିପରି କୁମାର ପୁର୍ଣ୍ଣିମାରେ ଖୋଲା ରଖାଯିବ । ନଭେମ୍ବର ୪, ୧୫ ଏବଂ ୧୯ ତାରିଖରେ ମନ୍ଦିର ବନ୍ଦ ରଖାଯିବ । ଦୀପାବଳୀ, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଦର୍ଶନ ବନ୍ଦ ରହିବ । ପୂର୍ବଭଳି ସକାଳ ୭ଟାରୁ ରାତି ୯ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ଆରଟିପିସିଆର୍ ନେଗେଟିଭ୍ ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଛି କିମ୍ବା ଡବଲ୍ ଡୋଜ୍ ଟିକାକରଣ ପ୍ରମାଣ ପତ୍ର ମଧ୍ୟ ଦେଖାଇପାରିବେ । ତେବେ କୋଭିଡ୍ ପୂର୍ବରୁ ଜାରି ରହିଥିବା ନିୟମାବଳୀ ଜାରି ରହିବ ।

Get real time updates directly on you device, subscribe now.