fbpx

ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ୩ ଗିରଫ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ୩ ଗିରଫ । ବୋମାମାଡ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ୩ ଜଣଙ୍କୁ ଗିରଫ ନେଇ କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ସେହି ଅଭିଯୁକ୍ତମାନେ କିଏ ଓ କେଉଁ ଶତ୍ରୁତାକୁ ନେଇ ସେମାନେ ବୋମାମାଡ଼ କରିଥିଲେ, ସେନେଇ କିଛି ବି ସ୍ପଷ୍ଟ କରିଛି ପୋଲିସ । ଅପରାହ୍ନରେ ଘଟଣା ସମ୍ପର୍କରେ ଏସପି ବିସ୍ତୃତ ସୂଚନା ଦେଇପାରନ୍ତି ।

ତେବେ ରବିବାର ଦିନ ବିଧାୟକ ମୋହର ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିଲା । କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟ ଅରଡେଇ ବ୍ରିଜ ନିକଟରେ ହୋଇଥିଲା ଏହି ବୋମାମାଡ଼ । ମିଟିଂ ସାରି ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରେ ଦୁଇଟି ବୋମାମାଡ଼ ହୋଇଥିଲା । ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ୨ଟି ବୋମାମାଡ଼ କରିଥିଲେ । ଏଥିରେ ବିଧାୟକଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ ବିଧାୟକ ସୁରକ୍ଷିତ ଥିଲେ । ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.