fbpx

ଫାଇନାଲରେ କେବେ ହାରି ନାହିଁ କେକେଆର, କଣ ପୁଣି ଥରେ ଭାଙ୍ଗିବ ଧୋନୀ ଓ ସିଏସକେର ସ୍ୱପ୍ନ ?

ନୂଆଦିଲ୍ଲୀ : ରାହୁଲ ତ୍ରିପାଠୀଙ୍କ ଛକା ଦମରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ଏହାକୁ ମିଶାଇ ତୃତୀୟ ଥର କେକେଆର ଫାଇନାଲରେ ପହଞ୍ଚିଛି । ଏବେ ଟାଇଟଲ୍ ମୁକାବିଲା ଚେନ୍ନାଇ ଓ କୋଲକାତା ମଧ୍ୟରେ ହେବ । ଏହା ପୂର୍ବରୁ ୨୦୧୨ରେ ଦୁଇ ଦଳ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହୋଇ ସାରିଛନ୍ତି । ଆଉ ଉକ୍ତ ମ୍ୟାଚରେ ଚେନ୍ନାଇକୁ ମାତ୍ ଦେଇ କୋଲକାତା ପ୍ରଥମ ଥର ଆଇପିଏଲ ଚାମ୍ପିଅନ ହୋଇଥିଲା ।

ଅକ୍ଟୋବର ୧୫ରେ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ କେକେଆର ଏବଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । କେକେଆର ଦଳ ସାତ ବର୍ଷ ପରେ ଆଇପିଏଲ ଫାଇନାଲରେ ପହଞ୍ଚିଛି । ଏହା ପୂର୍ବରୁ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର ୨୦୧୨ ଏବଂ ୨୦୧୪ରେ ଟାଇଟଲ୍ ମୁକାବିଲା ନିଜ ନାମରେ କରି ସାରିଛି । ଦଳ ୨୦୧୨ରେ ଚେନ୍ନାଇକୁ ହରାଇ ପ୍ରଥମ ଥର ଚାମ୍ପିଅନ ହୋଇଥିଲା । ଅନ୍ୟପଟେ ଚେନ୍ନାଇ ପାଞ୍ଚ ଥର ଫାଇନାଲରେ ପରାଜିତ ହୋଇ ସାରିଛି । ଅନ୍ୟପଟେ କେକେଆର ଦୁଇ ଥର ଫାଇନାଲରେ ପହଞ୍ଚି ଦୁଇ ଥର ଟାଇଟଲ୍ ହାସଲ କରିଛି ।

ଏହି ସିଜିନର ପ୍ରଦର୍ଶନକୁ ଦେଖିଲେ ଚେନ୍ନାଇ ଦୁଇ ଥର କେକେଆରକୁ ମାତ୍ ଦେଇଛି । ଭାରତରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ଚେନ୍ନାଇ କେକେଆରକୁ ୧୮ ରନରେ ହରାଇଥିବା ବେଳେ ୟୁଏଇରେ ଦୁଇ ୱିକେଟରେ ହରାଇଛି । କିନ୍ତୁ କେକେଆର ନିଜର ଗତ ଚାରି ମ୍ୟାଚରେ ବିଜୟୀ ହୋଇଛି । ଅନ୍ୟପଟେ ଧୋନୀଙ୍କ ଚେନ୍ନାଇକୁ ଚାରୋଟି ମ୍ୟାଚରୁ ୩ଟିରେ ପରାଜୟ ମିଳିଛି । ଏଲିମିନେଟରରେ ଆରସିବି ଏବଂ କ୍ୱାଲିଫାୟରରେ ଦିଲ୍ଲୀକୁ ହରାଇ କୋଲକାତାର ମନୋବଳ ବେଶ ଉଚ୍ଚରେ ରହିଛି ।

ଅନ୍ୟପଟେ ଚେନ୍ନାଇ ଫାଇନାଲରେ ଝୁଣ୍ଟିବାର ପରମ୍ପରା ଭାଙ୍ଗିବାକୁ ଚେଷ୍ଟା କରିବ । କାରଣ ଏହା ପୂର୍ବରୁ ଦଳ ୮ ଥର ଫାଇନାଲ ଖେଳିଥିଲେ ହେଁ ୩ ଥର ଚାମ୍ପିଅନ ହୋଇଥିବା ବେଳେ ୫ ଥର ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଛି । କହିବାକୁ ଗଲେ ଶୁକ୍ରବାର ହେବାକୁ ଥିବା ଫାଇନାଲ୍ ମ୍ୟାଚରେ କୋଲକାତାର ଦୃଢ ବୋଲିଂ ଏବଂ ଚେନ୍ନାଇର ମଜବୁତ ବ୍ୟାଟିଂ ଲାଇନ ମଧ୍ୟରେ କଡା ଟକ୍କର ହେବ ।

ସୂଚନାଯୋଗ୍ୟ, ଚେନ୍ନାଇ ସୁପରକିଙ୍ଗ୍ସ ୨୦୧୦, ୨୦୧୧ ଓ ୨୦୧୮ରେ ଚାମ୍ପିଅନ ହୋଇଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ୨୦୧୨ ଓ ୨୦୧୪ରେ ଟାଇଟଲ୍ ଜିତିଛି ।

Get real time updates directly on you device, subscribe now.