fbpx
BSKY SKY
BSKY SKY

ଏଣିକି ବିଦେଶ ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍

BSKY

ନୂଆଦିଲଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏଣିକି ବିଦେଶ ଫେରନ୍ତା ଯାତ୍ରୀମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଆସନ୍ତା ୧୪ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ପୂର୍ବରୁ ଯାତ୍ରୀଙ୍କ ପାଇଁ ୭ ଦିନିଆ କ୍ୱାରେଣ୍ଟାଇନ ନିୟମ ରହିଥିବା ବେଳେ ତାହା ଏବେ ହଟାଯାଇଛି । କୋଭିଡ-୧୯ ଲକ୍ଷଣ ଦେଖାଦେବା ମାତ୍ରେ ଯାତ୍ରୀମାନେ ନିଜକୁ ଆଇସୋଲେଟ୍ କରିବାକୁ ପଡ଼ିବ ।

ଗାଇଡଲାଇନରେ କୁହାଯାଇଛି ଯେ, ୮୨ଟି ଦେଶର ଯାତ୍ରୀଙ୍କୁ ବୋର୍ଡିଂର ୭୨ ଘଣ୍ଟା ପୂର୍ବରୁ ଆରଟି-ପିସିଆର ରିପୋର୍ଟ ବଦଳରେ ଟିକାକରଣ ପ୍ରମାଣପତ୍ର ଅପଲୋଡ୍ କରିବାକୁ ମିଳିବ । ଭାରତ ଉକ୍ତ ୮୨ଟି ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ ଅଛି । ସୂଚନାଯୋଗ୍ୟ ଯେ, ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୭,୦୮୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.