fbpx
BSKY
BJD SHG SKY
BJD YOUTH SKY

ସ୍କୁଲ ବସ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍‌, ଫାଷ୍ଟ ଏଡ୍ ରହିବା ବାଧ୍ୟତାମୂଳକ

ଭୁବନେଶ୍ୱର: ସଡ଼କ ଓ ପରିବହନ ବିଭାଗ ଦ୍ୱାରା ସ୍କୁଲ ବସ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏହି ନୂତନ ଗାଇଡଲାଇନ୍ ଅନୁଯାୟୀ ବସର ଆଗରେ ଓ ପଛ ପଟେ ସ୍କୁଲ ବସ ବୋଲି ଲେଖା ରହିବ । ଏହା ସହ ଅଗ୍ନିନର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ୍ ରହିବା ବାଧ୍ୟତାମୂଳକ । ଝରକା ଗୁଡ଼ିକ ଲୁହା ଗ୍ରିଲରେ ଅବଦ୍ଧ କରାଯିବ । ୫୦ କିମିରୁ ଅଧିକ ବେଗରେ ବସ ଚାଲିପାରିବନି । ବସରେ ସ୍କୁଲର ନାମ ଓ ନମ୍ବର ରହିବା ବାଧ୍ୟତାମୂଳକ ଏବଂ ଗାଡ଼ି ଚଲାଇବା ବେଳେ ବସର ଡୋରଟି ଭଲ ଭାବେ ଲକ ହେଉଥିବା ଜରୁରୀ । ଏହା ବ୍ୟତୀତ ସ୍କୁଲ ବ୍ୟାଗ ରଖିବା ପାଇଁ ଦୁଇ ସିଟ୍ ମଧ୍ୟରେ ସ୍ପେସ୍ ରହିବା ଆବଶ୍ୟକ ।

ଗାଡ଼ି ଚଲାଉଥିବା ଡ୍ରାଇଭରର ଭ୍ୟାଲିଡ଼ ଲାଇସେନ୍ସ ସହ ୫ ବର୍ଷ ଭାରି ଯାନ ଚଲାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ । ସ୍କୁଲ ବସରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ । ଗାଡ଼ିରେ ଫିଟନେସ୍ ସାର୍ଟିଫିକେଟ ଓ ରୁଟ୍ ଚାର୍ଟ ରହିବା ଜରୁରୀ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ବାରମ୍ବାର ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.