fbpx

ଆସନ୍ତା ସପ୍ତାହରେ ଲଞ୍ଚ ହେବ ନୂଆ କ୍ରେଟା, ଦମଦାର ରହିବ ଫିଚର୍ସ

ହ୍ୟୁଣ୍ଡାଇ ନ୍ୟୁ ଜେନେରେସନ କ୍ରେଟା ଏସୟୁଭିକୁ ଇଣ୍ଡୋନେସିଆରେ ହେବାକୁ ଥିବା ଜିଆଇଆଇଏଏସ ୨୦୨୧ ଅଟୋ ଶୋରେ ଉପସ୍ଥାପନ କରିବାକୁ ଯାଉଛି । ଅଫିସିଆଲ ଭାବରେ ନଭେମ୍ବର ୧୧ରେ ଲଞ୍ଚ କରାଯିବ । ଏହାକୁ ଆସନ୍ତା ବର୍ଷ ଭାରତୀୟ ବଜାରରେ ଲଞ୍ଚ କରାଯାଇପାରେ । ପୂର୍ବରୁ କମ୍ପାନୀ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନୂଆ କ୍ରେଟାର ଏକ ଝଲକ ଦେଖାଇଥିଲା ।

ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ନ୍ୟୁ ଜେନେରେସନ କ୍ରେଟାର ଫ୍ରଣ୍ଟ ଲୁକ୍ ଦେଖଯାଇଥିଲା । ଏଥିରେ ଏଲଇଡି ହେଡଲ୍ୟାମ୍ପ୍ ଏବଂ ଏଲଇଡି ଡିଆରଏଲ ମଧ୍ୟ ରହିଛି ଯାହା ଅନ୍ ହେବାପରେ ବୁମେରାଙ୍ଗ ଭଳି ଆକାରର ଦେଖାଯାଉଛି । ଫଗ୍ ଲ୍ୟାମ୍ପ ଫେସିଙ୍ଗକୁ ନୂଆ ଡିଜାଇନ ଦିଆଯାଇଛି ଏବଂ ଏବେ ବମ୍ପରକୁ ଭିତରକୁ ରଖାଯାଇଛି ।

କମ୍ପାନୀ ପୂର୍ବରୁ ଏହାର କିଛି ତଥ୍ୟ ଦେଇଥିଲା । ନୂଆ କ୍ରେଟା ଏସୟୁଭିରେ ପାନୋରିମିକ୍ ସନରୁଫ, ବୋଷ୍ ପ୍ରମିୟମ ସାଉଣ୍ଡ ସିଷ୍ଟମ ଏବଂ ନୂଆ ଆଡଭାନ୍ସ ଫିଚର୍ସ ସହ ୧୦.୨୫ ଇଞ୍ଚର ଟିଏଫଟି ଏଲସିଡି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଭଳି ଫିଚର୍ସ ଏବଂ ଟେକ୍ନୋଲୋଜୀ ମିଳିବ । ଏଥିରେ ବ୍ଲୁଲିଙ୍କ ଫିଚର ମଧ୍ୟ ମିଳିବ ଯାହାଦ୍ୱାରା ଚାଳକ ଗାଡ଼ି ସହ କନେକ୍ଟ ହୋଇପାରିବେ । ହ୍ୟୁଣ୍ଡାଇ କ୍ରେଟାରେ ୧.୫ ଲିଟରର ପେଟ୍ରୋଲ ଏବଂ ୧.୪ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ହୋଇପାରେ ।

ତେବେ ଭାରତୀୟ ବଜାରରେ ଉପଲବ୍ଧ କ୍ରେଟା ରେ ଅଧିକାଂଶ ଫିଚର୍ସ ପୂର୍ବରୁ ହିଁ ରହିଛି । ଅବଶ୍ୟ ନ୍ୟୁ ଜେନେରେସନ କ୍ରେଟାରେ କମ୍ପାନୀ ଏଡିଏଏସ ଫିଚରକୁ ଯୋଡ଼ାଯିବ । ନିକଟରେ ବ୍ରାଜିଲ ଲଞ୍ଚ ହୋଇଥିବା କ୍ରେଟା ଫେସଲିଫ୍ଟରେ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମର ଫିଚର ଦିଆଯାଇଥିଲା । ଏହା ଅନୁଯାୟୀ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲରେ ବ୍ଲାଇଣ୍ଡ ସ୍ପଟ ମନିଟରିଂ କ୍ୟାମେରା ଡିସପ୍ଲେ, ଅଟୋନମସ ବ୍ରେକିିଂ, ଲେଫ୍ଟ କନଭରଜେନ୍ସ ଭଳି ଫିଚର୍ସ ମିଳିଥାଏ ।

Get real time updates directly on you device, subscribe now.