(Video) ତାଳଗଛରୁ ମିଳିବ ନୂଆ ଜୀବନ…ପଦକ୍ଷେପ ନେଉଛନ୍ତି ପରିବେଶବିତ

News across the Earth, news close to your heart, Read Odisha Bhaskar English

ଏଣିକି ତାଳଗଛ ରୋକିବ ମୃତ୍ୟୁ । ଯଦି ତାଳ ଗଛ ସବୁ ସ୍ଥାନରେ ଲଗାଯିବ ତାହା ସହ ତାଳ ଗଛ ରହିଲେ ମୃତ୍ୟୁ ସଂଖ୍ୟା କମିଯିବ । ଏବେ ତାଳ ଗଛ ରୋକିକ ମୃତ୍ୟୁକୁ । ଦିନ ଥିଲା ଗାଁ ଗହଳି, ଗହୀର ପାଟ ବିଲ ହିଡ଼ ଗୁଡିକରେ ପ୍ରଚୁର ପରିମାଣ ରେ ତାଳ ଗଛ ଦେଖିବାକୁ ମିଳୁଥିଲା । ଦୁର୍ବିପାକ, ଓ ଅସନ୍ତୁଳିତ ପରିବେଶ ପାଇଁ ଆଉ ଆଗ ଭଳି ଗାଁ ଗହଳି ରେ ତାଳ ଗଛ ଦେଖିବାକୁ ମିଳୁନି ।

ସମୟ ଥିଲା କୃଷକ ମାନେ ବିଲ ବାଡ଼ିରେ ବର୍ଷା ଦିନେ ଚାଷ କାମ କରୁଥିବା ବେଳେ ବିଜୁଳି ଘଡ ଘଡି ମାରି ବ୍ରଜପାତ ହେଲେ ତାଳ ଗଛ ରେ ପଡୁଥିଲା, ଫଳରେ ଚାଷୀଙ୍କ ଜୀବନ ବଞ୍ଚିଯାଉଥିଲା,ବିଶେଷ ଭାବେ ତାଳ ଗଛ କମିଥିବାରୁ ବଜ୍ରପାତ ହେଲେ ଚାଷ କ୍ଷେତରେ କାମ କରୁଥିବା ଚାଷୀଟିଏ ହେଉ ଅବା ପଥଚାରୀ ବିଜୁଳି ଘଡଘଡି କୁ ଦେଖି ଭୟଭୀତ ହେଲେଣି, ସମୟ ଗଡ଼ିବା ସହିତ ତାଳ ଗଛର ସଂଖ୍ୟା କମିଛି, ବଜ୍ରପାତ ଦାଉରୁ କିପରି ରକ୍ଷା ପାଇ ପାରିବେ ସେନେଇ ଅଣ୍ଟା ଭିଡିଛନ୍ତି ପରିବେଶବିତ ସମରେନ୍ଦ୍ର ମାହାଳି ।

ଏ ନେଇ ପରିବେଶବିତ ମାହାଳି ଙ୍କ ନେତୃତ୍ୱ ରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଂଚାୟତ ର ଶଙ୍ଖାପଦା ର ଶଙ୍ଖୁଆ ନଦୀ କୂଳେ କୂଳେ ତାଳ ମଞ୍ଜି ଲଗାଯାଇଛି । ତାଳ ଗଛ ଅଭାବ ଖାଲି ମଣିଷ ସମାଜ ପାଇଁ କ୍ଷତି ପହଞ୍ଚଉଛି ତାହା ନୁହେଁ । ବିଲୁପ୍ତ ହେବାକୁ ବସୁଥିବା ବାଇ ଚଡେଇ ମଧ୍ୟ ବସା ନିର୍ମାଣ କରିବା ପାଇଁ ବାଧା ଉପୁଜୁଛି । ଏନେଇ ସବୁ ସ୍ଥାନରେ ତାଳ ଗଛ ଲଗାଇଲେ ଲୋକଙ୍କ ଯଉଁ ଭଳି ବଜ୍ରାପାତରେ ଜୀବନ ଯାଉଛି ସେଥିରେ ବଂଚିପାରନ୍ତେ ।

Get real time updates directly on you device, subscribe now.