fbpx

ଭଦ୍ରକରେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ଘୋଷଣା ମିଛ

ଭଦ୍ରକ,୨୯ା୧୧(ଓଡ଼ିଶା ଭାସ୍କର): ଭଦ୍ରକରେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ଘୋଷଣା ମିଛ ବୋଲି ସୂଚନା ମିଳିଛି । ସନ୍ଧ୍ୟାରେ ମେଡ଼ିକାଲ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଏନେଇ ପ୍ରେସ ରିଲିଜ ମଧ୍ୟ ଜାରି କରାଯାଇଥିଲା । ଠିକ ଏହାର ଘଣ୍ଟାଏ ପରେ ସଂଶୋଧିତ ପ୍ରେସ ରିଲିଜ ଜାରି କରାଯାଇଛି । ସେହି ସଂଶୋଧିତ ରିଲିଜରେ ମେଡ଼ିକାଲ କଲେଜ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭଦ୍ରକ ଜିଲ୍ଲାର ବିଧାୟକମାନେ ଅନୁରୋଧ କରିଥିବା ଉଲ୍ଲେଖ ଅଛି । ଏହି ଅନୁରୋଧର ସହୃଦୟର ସହ ବିଚାର କରିବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଭଦ୍ରକରେ ଥିବା ମଦର ଚାଇଲ୍ଡ ହସ୍ପିଟାଲ ସମ୍ପ୍ରସାରଣ ପାଇଁ ଯୋଜନା କରାଯାଇଛି । ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କିଛି ସମୟ ତଳେ ଭଦ୍ରକରେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ଘୋଷଣା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୋଲି ସୂଚନା ମିଳିଥିଲା । ଆସନ୍ତା ବର୍ଷ ଫେବ୍ରୁଆରି ସୁଦ୍ଧା ନିର୍ମାଣ କାର୍ଯ୍ୟ,୨୫ଏକର ଜାଗା ଚିହ୍ନଟ ହେଇସାରିଥିବା ଏବଂ ଏନେଇ ପ୍ରସ୍ତାବିତ ମେଡ଼ିକାଲ କଲେଜ ପାଇଁ ଭଦ୍ରକରେ ବୈଠକ ବସିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିବା ସୂଚନା ମିଳିଥିଲା । କିନ୍ତୁ ଏହା ମିଛ ବୋଲି ଏବେ ଜଣାପଡ଼ିଛି ।

Get real time updates directly on you device, subscribe now.