fbpx

ଶେହନାଜ ଗିଲଙ୍କ ସହିତ ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷ ଗୀତ “ଅଧୁରା”, ଏହିଦିନ ହେବ ରିଲିଜ୍

ମୁମ୍ବାଇ: ଲୋକପ୍ରିୟ ଯୋଡ଼ି ଶେହନାଜ ଗିଲ୍ ଓ ସିଦ୍ଧାର୍ଥ ଶୁକ୍ଲା ପୁଣିଥରେ ପରଦା ଉପରେ ଦର୍ଶକ ମାନେ ଏକାଠି ଦେଖିବାକୁ ପାଇବେ । କାରଣ ସେମାନେ ଦୁହିଁଙ୍କ ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବାକୁ ଯାଉଛି । ତେବେ ସେପ୍ଟେମ୍ବର ୨ ତାରିଖରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହେବାପରେ ଦର୍ଶକଙ୍କ ମହଲରେ ଭାଳେଣି ପଡ଼ିଯାଇଥିଲେ । ଏବେ ସୁଦ୍ଧା ତାଙ୍କ ପ୍ରଶଂସକ ମାନେ ସହଜରେ ସିଦ୍ଧାର୍ଥଙ୍କ ବିୟୋଗକୁ ସ୍ୱୀକାର କରିପାରିନାହାନ୍ତି । ତାଙ୍କ ଦେହାନ୍ତରେ ବାନ୍ଧବୀ ଶେହନାଜ ପୂରାପୂରି ଭାଙ୍ଗି ପଡ଼ିଛନ୍ତି । ଆଉ ସିଦ୍ଧାର୍ଥଙ୍କ ବିୟୋଗ ପୂର୍ବରୁ ଦୁହେଁ ମିଶି ଶୁଟିଂ କରିଥିବା ଏକ ମ୍ୟୁଜିକ୍ ଭିଡିଓ ଆଉ କିଛି ଦିନ ପରେ ଅର୍ଥାତ୍ ଅକ୍ଟୋବର ୨୧ ତାରିଖରେ ରିଲିଜ୍ ହେବାକୁ ଯାଉଛି ।

ସିଦ୍ଧାର୍ଥ ଓ ଶେହନାଜଙ୍କ ଶେଷ ମ୍ୟୁଜିକ୍ ଭିଡିଓ “ଅଧୁରା” ଅକ୍ଟୋବର ୨୧ ତାରିଖରେ ରିଲିଜ୍ ହେବ । ଗୀତର ନିର୍ମାତା ମାନେ ଏନେଇ ଘୋଷଣା କରିଛନ୍ତି ଓ ପ୍ରଥମ ପୋଷ୍ଟର୍ ମଧ୍ୟ ରିଲିଜ୍ ହୋଇଛି । ଏହାକୁ ଗୀତରେ କଣ୍ଠଦାନ କରିଥିବା ଗାୟିକା ଶ୍ରେୟା ଘୋଷାଲ ମଧ୍ୟ ଟୁଇଟ୍ କରି ଏନେଇ ଜଣାଇଛନ୍ତି । ସେ ପୋଷ୍ଟରକୁ ସେୟାର କରିବା ସହିତ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସେ ଜରେ ଷ୍ଟାର୍ ଥିଲେ ଓ ସବୁଦିନ ପାଇଁ ରହିବେ … ।

ଅଧୁରା ଗୀତ କଥା ଯଦି କହିବା ତେବେ ଗୀତର ଟ୍ୟାଗ ଲାଇନ୍ ଖୁବ୍ ସୁନ୍ଦର ରହିଛି । ଏଥିରେ ଲେଖା ହୋଇଛି, “ଏକ ଗାନା ଅଧୁରା, ଏକ ଅଧୁରୀ କାହାନୀ” । ତେବେ ସିଦ୍ଧାର୍ଥ ବିୟୋଗରେ ଭାଙ୍ଗିପଡ଼ିଥିବା ଶେହନାଜ ପୁଣି ନିଜ କର୍ମସ୍ଥଳକୁ ଫେରୁଛନ୍ତି । କାମରେ ଧ୍ୟାନ ଦେଉଛନ୍ତି । ଶେହନାଜ ଓ ସିଦ୍ଧାର୍ଥଙ୍କ ମଧ୍ୟରେ ଲଭ୍ ଅଫାୟାର୍ସ କଥା ଶୁଣିବାକୁ ମିଳୁଥିଲା । ଅନେକ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଥିଲା ।

Get real time updates directly on you device, subscribe now.