fbpx

ଏହିଦିନ ମିଳିବ PM Kisan ସ୍କିମର ୧୦ମ କିସ୍ତି, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ କିଷାନ ସ୍କିମ)ର ୧୦ମ କିସ୍ତି ଜାରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଯଦି ଆପଣ ଜଣେ କିଷାନ ହୋଇ ମଧ୍ୟ ଏପର୍ଯ୍ୟନ୍ତ ଏହାର ଲାଭ ଉଠାଇ ନାହାନ୍ତି, ତେବ ତୁରନ୍ତ ନିଜର ନାମକୁ ରେଜିଷ୍ଟ୍ରର କରିନ୍ତୁ । ତେବେ ସୂଚନା ମୁତାବକ, ଆସନ୍ତା ଡିସେମ୍ବର ୧୫ ତାରିଖ ପାଖାପାଖି ୧୦ମ କିସ୍ତି ଜାରି ହୋଇପାରେ ।

ସରକାର ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧୧.୩୭ କୋଟି କିଷାନଙ୍କ ଖାତାକୁ ପ୍ରାୟ ୧.୫୮ କୋଟି ଟଙ୍କା ପଠା ଦିଆଯାଇଛି । ଗତ ଅଗଷ୍ଟ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନଫରେନ୍ସିଂରେ ୯.୭୫ କୋଟିରୁ ଅଧିକ ଲାଭାର୍ଥୀଙ୍କଙ୍କ ପରିବାରକୁ ୧୯,୫୦୯ କୋଟିରୁ ଅଧିକ ଅର୍ଥ ଟ୍ରାନ୍ସଫର କରିଥିଲେ । ତେବେ ପରବର୍ତ୍ତୀ କିସ୍ତି ଅର୍ଥାତ ୧୦ମ କିସ୍ତି ଆସନ୍ତା ଡିସେମ୍ବର ୧୫ରେ ଜାରି ହେବ ବୋଲି ଚର୍ଚ୍ଚା ହେଉଛି । ଏହି ଯୋଜନାରେ କିଷାନ ପରିବାରଙ୍କୁ ପ୍ରତ୍ୟେକ ବର୍ଷ ୬ ହଜାର ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ୩ଟି କିସ୍ତିରେ ୪ ମାସ ପାଇଁ ପ୍ରଦାନ କରାଯାଇଥାଏ । ଏହି ଧନରାଶି ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରେରଣ କରାଯାଇଥାଏ । ଏହି ଯୋଜନାରେ କିଷାନଙ୍କ ଖାତାକୁ ପୂର୍ବରୁ ୯ କିସ୍ତିର ଅର୍ଥ ପଠାଯାଇଥିବା ବେଳେ ଚଳିତ ବର୍ଷ ଦୁଇଟିର କିସ୍ତିର ଅର୍ଥ ପଠାଯାଇଛି । କିଷାନଙ୍କ ଆମଦାନୀ ବୃଦ୍ଧି କରିବା ସହ ସେମାନଙ୍କୁ ଆର୍ଥିକ ସହାୟତା କରିବା ଏହି ଯୋଜନା ମୁଖ୍ୟ ଉଦ୍ଦେଶ୍ୟ । ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କ ପାଖରେ ଜମିର କାଗଜପତ୍ର, ଆଧାର କାର୍ଡ, ଅପଡେଟ୍ ବ୍ୟାଙ୍କ ଆକାଉଣ୍ଟ, ଆଡ୍ରେସ୍ ପ୍ରୁଫ, ପାସପୋର୍ଟ ଫଟୋ ଆଦି ଡକ୍ୟୁମେଣ୍ଟ ରହିଥିବା ଜରୁରୀ ।

Get real time updates directly on you device, subscribe now.