ଚକ୍ରାନ୍ତରେ ମଣ୍ଟୁ-ଭୂମିକା, ବଡ ପରଦାରେ କରିବେ ରୋମାନ୍ସ
ଶିକ୍ଷଣୀୟ କଥାବସ୍ତୁ ଉପରେ ଆଧାରିତ "ଚକ୍ରାନ୍ତ"। ନୂଆ ଫିଲ୍ମର ଟାଇଟେଲ୍ ଓ କଳାକାରଙ୍କ ନାମ ଘୋଷଣା ।
ଭୁବନେଶ୍ୱର: ଲକ୍ଷେଶ୍ଵର ପ୍ରଡ଼କସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଚକ୍ରାନ୍ତ”ର ଟାଇଟେଲ୍ ଘୋଷଣା ହୋଇଛି । ଏ ନେଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଉଯାଇଛି । ଏଥିସହ ଚଳଚ୍ଚିତ୍ରର କାଷ୍ଟ ମଧ୍ୟ ଘୋଷଣା ହୋଇଛି । ଚକ୍ରାନ୍ତ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନିର୍ଦ୍ଦେଶକ ପିନୁ ନାୟକ ।
କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଏବଂ ସଂଳାପ ରଚନା କରିଛନ୍ତି ଜିତେନ୍ଦ୍ର କୁମାର ବରାଳ । ଗୀତ ସରଂଚନା କରିଛନ୍ତି ଡ. ନିର୍ମଳ ନାୟକ ଏବଂ ଡ. ରଘୁନାଥ ସାହୁ ରଚନା କରିଛନ୍ତି କ୍ଷ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଚିତ୍ରତ୍ତୋଳନ ଦାୟିତ୍ୱରେ ସୁଦର୍ଶନ ସେନାପତି ଅଛନ୍ତି କ୍ଷ ନୃତ୍ୟ ନିର୍ଦ୍ଦେଶନାରେ ଅମିତ ନାୟକ ଏବଂ କବିର ଅଛନ୍ତି ।
ଫିଲ୍ମର ନାୟକ ଶୁଭାଶିଷ ଶର୍ମା (ମଣ୍ଟୁ), ନାୟିକା ଚରିତ୍ରରେ ଭୂମିକା ଦାଶ, ସହକଳାକାର ଭାବେ ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ସୁରଭି, ସୌମ୍ୟ ଶତପଥୀ, ଶୁଭମ ପାଢ଼ୀ, ସୁମନ ମହାନ୍ତି, କୁସୁମ ତ୍ରିପାଠୀ, ପ୍ରମୋଦ ରାଉତ, ତୁଷାର, ଉମାକାନ୍ତ, ନିରଞ୍ଜନ ନିରୁଆ, ପୁଣ୍ୟତୋୟା ମିଶ୍ର ଏବଂ କ୍ରିଷ୍ଣାରାଣୀ ଦାଶ ପ୍ରମୁଖ କଳାକାର ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି ।
ଯେଉଁ ପୁଅଝିଅ ମାନେ ପାଠ ପଢି ଚାକିରି କରିବା ପାଇଁ ନିଜ ପରିବାରଠୁ ଦୂରରେ ରହୁଛନ୍ତି, ସେମାନେ କେମିତି ନିଜ ଜୀବନର ଲକ୍ଷକୁ ଭୁଲି, କୁସଙ୍ଗରେ ପଡି ଭୁଲ୍ ରାସ୍ତାକୁ ଚାଲି ଯାଉଛନ୍ତି, ତା’ ଉପରେ ଫିଲ୍ମର କାହାଣୀ ପର୍ୟ୍ୟବସିତ । ଏଇ ଭଳି ଗୋଟେ ସମ୍ବେଦନଶୀଳ ବିଷୟବସ୍ତୁକୁ ନେଇ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର ଚକ୍ରାନ୍ତ । ରହସ୍ୟ ଓ ରୋମାନ୍ସରେ ଭରା ଏଇ ଫିଲ୍ମ ଟି ହଉଚି ଗୋଟିଏ ସମ୍ପୂର୍ଣ୍ଣ ଏନ୍ଟରଟେନମେନ୍ଟ ପ୍ୟାକେଜ୍,ଯୋଉଥିରେ ଭରପୁର କମେଡି ମଧ୍ୟ ଅଛି ।