fbpx

ପଞ୍ଚାୟତ ନିର୍ବାଚନ କଟକଣା ହେଲା କୋହଳ: ୩ ଶହରେ ସଭା, ୨୦ ଜଣରେ କ୍ୟାମ୍ପେନିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମଧ୍ୟରେ ପଞ୍ଚାୟତ ନିର୍ବାଚନ କଟକଣା କୋହଳ ନେଇ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ନିର୍ବାଚନ କମିଶନ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଗାଇଡଲାଇନ୍ ଅଣାଯାଇଛି । ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ । ଏହାସହ ରାଜନୈତିକ ସଭାକୁ ଅନୁମତି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ତେବେ ୩ ଶହ ଜଣଙ୍କୁ ନେଇ ରାଜନୈତିକ ସଭା କରାଯାଇପାରିବ ।

ଏହା ବ୍ୟତୀତ କ୍ୟାମ୍ପେନିଂ କଥା ଯଦି କହିବା ତେବେ ୨୦ ଜଣରେ ହିଁ କ୍ୟାମ୍ପେନିଂ କରାଯିବ ବୋଲି ସୂଚନା ରହିଛି । ଏଥିସହିତ କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ପୂର୍ବପରି ବାଇକ୍ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରଖାଯାଇଛି । ଏତଦ୍ ବ୍ୟତୀତ ପୁର୍ବରୁ ସର୍ବାଧିକ ୫ ଜଣଙ୍କୁ ନେଇ ପ୍ରଚାର କରିବାକୁ ଅନୁମତି ଥିଲା । ହେଲେ ଏବେ ଏହି ସଂଖ୍ୟାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.