fbpx

କଂଗ୍ରେସକୁ କେବେ ମିଳିବ ନୂଆ ଅଧ୍ୟକ୍ଷ: ତାରିଖ ଘୋଷଣା କଲା ପାର୍ଟି

ନୂଆଦିଲ୍ଲୀ: ଦୀର୍ଘଦିନ ହେଲା କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷଙ୍କୁ ନେଇ ନାନା ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଉଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାକୁ ନେଇ ନିକଟରେ ଦଳ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଦଳର ନିର୍ବାଚନ ପ୍ରାଧିକରଣ ନୂଆ ଅଧ୍ୟକ୍ଷଙ୍କୁ ନେଇ ସୂଚନା ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ବାଚନର ଅନ୍ତିମ ତାରିଖ ନେଇ ମଞ୍ଜୁରୀ ଦେବା କଂଗ୍ରେସ କାର୍ଯ୍ୟକାରୀ ସମିତି (ସିଡବ୍ଲ୍ୟୁସି) ଉପରେ ନିର୍ଭର କରିଥାଏ ବୋଲି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି ।

ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଯେ କୌଣସି ତାରିଖରେ ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା ହୋଇପାରେ ବୋଲି ଶ୍ରୀ ମିସ୍ତ୍ରୀ କହିଛନ୍ତି । ଏପ୍ରିଲ ୧୬ରୁ ମେ ୩୧ ମଧ୍ୟରେ ବ୍ଲକ ସମିତି ଓ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟଙ୍କର ନିର୍ବାଚନ, ଜୁନ ୧ରୁ ଜୁଲାଇ ୨୦ ମଧ୍ୟରେ ଜିଲ୍ଲା କମିଟିର ଅଧ୍ୟକ୍ଷ ଓ କାର୍ଯ୍ୟକାରିଣୀ ନିର୍ବାଚନ, ଜୁଲାଇ ୨୧ରୁ ଅଗଷ୍ଟ ୨୦ ମଧ୍ୟରେ ପିସିସି ମୁଖ୍ୟ ଓ ଏଆଇସିସି ସଦସ୍ୟଙ୍କ ନିର୍ବାଚନ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଏଆଇସିସି ଅଧ୍ୟକ୍ଷଙ୍କ ନିର୍ବାଚନ ହେବ ବୋଲି ପୂର୍ବରୁ ସିଡବ୍ଲ୍ୟୁସି ନିଷ୍ପତ୍ତି ନେଇଥିଲା ।

ନୂଆ ଅଧ୍ୟକ୍ଷଙ୍କ ନିର୍ବାଚନ ପ୍ରକ୍ରିୟା ପାଇଁ ଆମେ ଶିଡ୍ୟୁଲ ଅନୁଯାୟୀ ଚାଲୁଛୁ । ପ୍ରଥମେ ଦଳର ଶୀର୍ଷ ନେତୃତ୍ୱଙ୍କୁ ନିର୍ବାଚନ କାର୍ଯ୍ୟସୂଚୀ ପଠାଯାଇଥିଲା ଓ ସିଡବ୍ଲ୍ୟସିର ମଞ୍ଜୁରୀକୁ ଅପେକ୍ଷା କରାଯାଇଛି । ସିଡବ୍ଲ୍ୟସି ନୂଆ ଅଧ୍ୟକ୍ଷଙ୍କ ନିର୍ବାଚନର ଅନ୍ତିମ ତାରିଖ ସ୍ଥିର କରିବେ । ଏହା ମଧ୍ୟରେ ଜିଲ୍ଲା, ପ୍ରଦେଶ କଂଗ୍ରେସ ସମିତି ସ୍ତରରେ ସାଙ୍ଗଠନିକ ନିର୍ବାଚନ ସମାପ୍ତ ହୋଇସାରିଛି ବୋଲି ଶ୍ରୀ ମିସ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.