fbpx
BSKY SKY
BSKY SKY

ଇତିହାସ ରଚିଲେ ଭାରତୀୟ ମହିଳା ପାଇଲଟ୍, ଅନ୍ତଜାର୍ତୀୟ ସ୍ତରରେ ପାଇଲେ ସମ୍ମାନ…

BSKY

ନୂଆଦିଲ୍ଲୀ: ଭାରତ ପାଇଁ ସୁନାମ ଆଣିଲେ ମହିଳା ପାଇଲଟ । ଏୟାର ଇଣ୍ଡିଆ ଫ୍ଲାଇଟ୍ ବୋଇଂ-୭୭୭ ବରିଷ୍ଠ ମହିଳା ପାଇଲଟ ଜୋୟା ଅଗ୍ରୱାଲଙ୍କୁ ଅନ୍ତର୍ଜାତୀୟ ସ୍ତରରେ ମିଳିଲା ସମ୍ମାନ । ଏହି ମହିଳା ପାଇଲଟ ନିଜର ଦୁଃସାହସିକ ଦକ୍ଷତା ପାଇଁ ପାଇଲେ ସମ୍ମାନ । ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ପାଇଲଟ ଯିଏକି ନର୍ଥ ପୋଲ୍(North pole) ଉପରେ ଉଡ଼ାଣ ଭରି ରେକର୍ଡ କରିଥିଲେ, ତାହାବି ପୁଣି ଦୀର୍ଘ ୧୬ ହଜାରର କିଲୋମିଟରର ଦୂରତା । ଆଉ ଏବେ ଆମେରିକାର ଏସଏଫଓ (SFO) ମ୍ୟୁଜିୟମରେ ନିଜ ପାଇଁ ସ୍ଥାନ ପାକ୍କା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୨୧ ରେ ପ୍ରଥମ ଥର ଏକ ମହିଳା ପାଇଲଟ ଟିମ୍ ଜୋୟା ଅଗ୍ରୱାଲ (Zoya Agarwal) ଙ୍କ ନେତୃତ୍ୱରେ ବିଶ୍ୱର ସବୁଠୁ ଲମ୍ବା ବିମାନ ଯାତ୍ରା ସାନ୍ ଫ୍ରାନସିସ୍କୋ ଆମେରିକାରୁ ବେଙ୍ଗାଲୁରୁକୁ ପହଞ୍ଚିଥିଲେ ତାହାବି ପୁଣି ନର୍ଥପୋଲ୍ ଅତିକ୍ରମ କରି । ଆଉ ତାଙ୍କର ଏହି କାରନାମାରେ ପ୍ରଭାବିତ ହୋଇ ଏହି ବିମାନ ଆଭିଏସନ ତାଙ୍କୁ ମ୍ୟୁଜିୟମରେ ସ୍ଥାନିତ କରିଛନ୍ତି ।

ଏନେଇ କ୍ୟାପ୍ଟେନ ଜୋୟା ଅଗ୍ରୱାଲ କହିଛନ୍ତି ଯେ ସାନ୍ ଫ୍ରାନ୍ସିସକୋ ଆଭିଏସନ ଲୁଇସ ଏ ଟର୍ପିନ ଆଭିଏସନ ମ୍ୟୁଜିୟମ(Francisco Aviation Luis A Turpen Aviation museum) ରେ ପାଇଲଟ ଭାବରେ ସ୍ଥାନ ପାଇଥିବା ଏକମାତ୍ର ମନୁଷ୍ୟ । ଏହା ସାଧାରଣତଃ ଆଭିଏସନ ମ୍ୟୁଜିୟମ ନାମରେ ପରିଚିତ । ସେ କହିଛନ୍ତି ମୁଁ ଚକିତ ଯେ ମୁଜିୟମରେ ମକୁଁ ଏକମାତ୍ର ଜୀବିତ ମଣିଷ, ମୁଁ ବହୁତ ଧନ୍ୟବାଦ ଦେଉଛି । ମତେ ବିଶ୍ୱାସ ହେଉନାହିଁ ଯେ ଆମେରିକାର ଏକ ପ୍ରତିଷ୍ଠିତ ବିମାନ ସଂଗ୍ରହାଳୟର ଅଂଶ ।

ନିକଟରେ ଏସଏଫଓ ମ୍ୟୁଜିୟମ୍ ଭାରତୀୟ ପାଇଲଟ ଜୋୟା ଅଗ୍ରୱାଲଙ୍କୁ ବିମାନରେ ଅସାଧାରଣ କ୍ୟାରିୟର ଏବଂ ଦୁନିଆରେ ମହିଳା ଶସକ୍ତିକରଣକୁ ଉତ୍ସାହିତ କରିବା ଭଳି କାର୍ଯ୍ୟ, ଲକ୍ଷ ଲକ୍ଷ ମହିଳା ଏବଂ ଯୁବକଙ୍କୁ ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ପ୍ରେରିତ କରିବା ପାଇଁ ଏହି ସମ୍ମାନ ଦେଇଛି ।

Get real time updates directly on you device, subscribe now.