fbpx
BJD SKY
BJD SKY

(Video) ବୋହୂ ରାତି ୮ଟାରେ କ’ଣ ପାଇଁ କଦଳୀ ଗଛ ନିକଟକୁ ବାରମ୍ବାର ଯାଉଛି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ପାରିବାରିକ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । କେଉଁଠାରେ ସ୍ୱାମୀ-ସ୍ତ୍ରୀ ପରକୀୟା ପ୍ରୀତିରେ ଲିପ୍ତ ରହିଲେଣି ତ ଆଉ କେଉଁଠାରେ ପୁଅ-ବୋହୂ ବୃଦ୍ଧ ପିମାମାତାଙ୍କୁ ଖାଇବାକୁ ନଦେଇ ଅବହେଳା କରୁଛନ୍ତି । ତେବେ ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଶାଶୁ-ଶ୍ୱଶୁର ଓ ବୋହୂଙ୍କୁ ନେଇ ଦେଖିବାକୁ ମିଳିଛି ନୂଆ ବିବାଦ ।

ଖବର ମୁତାବକ, ବୋହୂ ତାଙ୍କର ଶାଶୂ-ଶ୍ୱଶୁରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବୋହୂ ଜଣଙ୍କ ନିଜର ଅଭିଯୋଗ ମହିଳା କମିସନଙ୍କ ନିକଟରେ ଦାଖଲ କରିଛନ୍ତି । ତାଙ୍କୁ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ବୋହୂ ଅଭିଯୋଗ କରିଥିବା ବେଳେ ଘଟଣାଟି କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ପୁଅ-ବୋହୂ ସେମାନଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦେଉଥିବା ଶାଶୂ-ଶ୍ୱଶୁର ଅଭିଯୋଗ ଆଣିଛନ୍ତି ।

ବୋହୂ କାହା କଥା ମାନନ୍ତି ନାହିଁ । ବିରୋଧ କଲେ ଶ୍ୱଶୁରଙ୍କୁ ଅନେକ କଥା କୁହନ୍ତି । ସେ ଜଣେ ବୋହୂର କର୍ତ୍ତବ୍ୟ କରନ୍ତି ନାହିଁ । ସକାଳୁ ଉଠନ୍ତି ନାହିଁ, ୪ଟା ବେଳେ ଗାଧୋଇଥାନ୍ତି । ଆମେ ନ୍ୟାୟ ପାଇଁ ଥାନା, କଚେରୀ ଦୌଡ଼ି ଦୌଡ଼ି ଥକି ପଡ଼ୁଲୁଣି । ବୋହୂ ମୋତେ ଗୋଇଠା ମାରେ । ପୁଅ ଆମ କଥା ବୁଝିବା ବଦଳରେ ବୋହୂର କଥା ଶୁଣେ । ମରିବା ଛଡ଼ା ଆମର ଆଉ ଅନ୍ୟ ଗତି ନାହିଁ ବୋଲି କହିଛନ୍ତି ଶାଶୂ ।

ସେହିପରି ଶ୍ୱଶୁର କହିଛନ୍ତି, ବୋହୂ କାହା କଥା ମାନନ୍ତି ନାହିଁ । ବୋହୂ ରାତି ୮ଟାରେ, ଦିନ ୧୨ଟାରେ କ’ଣ ପାଇଁ କଦଳୀ ଗଛ ନିକଟକୁ ବାରମ୍ବାର କାହିଁକି ଯାଆନ୍ତି । ଶାଶୂଙ୍କୁ ବୁଢ଼ୀଲୋ ବୋଲି ଡାକନ୍ତି । ମୁଁ କିଭଳି ଲୋକ ଆଖପାଖର ଲୋକମାନେ କହିବେ । ପୁଅକୁ ମେଡିସିନ ଖୁଆଇ ବୋହୂ ଖରାପ କରିଦେଇଛି । ତେଣୁ ପୁଅକୁ ଯାହା କହିଲେ ବି ସେ ବୋହୂ କଥା ମାନୁଛି । ମୋତେ ନ୍ୟାୟ ନ ମିଳିଲେ ମୁଁ ଆଉ ମୋ ସ୍ତ୍ରୀ ଧାନ ଔଷଧ ଖାଇ ଆତ୍ମହତ୍ୟା କରିବୁ ।

Get real time updates directly on you device, subscribe now.