fbpx

Jio ଲଞ୍ଚ କଲା ଶାନଦାର ପ୍ଲାନ୍: ମାଗଣାରେ ମିଳୁଛି Netflix, Amazon Prime ଓ Hotstar ସବସ୍କ୍ରିପସନ

ନୂଆଦିଲ୍ଲୀ: ଭାରତବର୍ଷରେ ଜିଓର ଏଣ୍ଟ୍ରି ପରଠାରୁ କମ୍ପାନୀ କେବଳ ଅଫର ବର୍ଷା କରି ଚାଲିଛି । କମ୍ପାନୀର ପ୍ରିପେଡ ପ୍ଲାନ ବହୁତ ପପୁଲାର ରହିଥିବା ବେଳେ ପୋଷ୍ଟ ପେଡ କ୍ଷେତ୍ରରେ ମଧ୍ୟ ପଛରେ ପଡ଼ି ନାହିଁ । କମ୍ପାନୀ ସର୍ବଦା ଯୁବବର୍ଗଙ୍କ ପାଇଁ ନୂଆ ନୂଆ ପ୍ଲାନ ଲଞ୍ଚ କରିଥାଏ । ତେବେ ନିକଟରେ ଜିଓ ୩୯୯ ଟଙ୍କାର ଏକ ବଢ଼ିଆ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ କରିଛି ।

ଏହି ପ୍ଲାନରେ ୭୫ ଜିବି ଡାଟା, ଅଲିମିଟେଡ ଭଏସ୍ କଲିଂ ସହିତ ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲୋଭର ଦିଆଯାଉଛି । ଏଥିସହିତ ଦୈନିକ ୧୦୦ ଏସଏମଏସ ମିଳୁଛି । ଏଥିରେ ୟୁଜର୍ସଙ୍କୁ ନେଟଫ୍ଲିକ୍ସ ଓ ଆମାଜନ ପ୍ରାଇମର ସବସ୍କ୍ରିପସନ ଦିଆଯାଉଛି । ଏଥିସହିତ ଡିସନେ ପ୍ଲସ ହଟଷ୍ଟାର ସହ ଅନ୍ୟ ଷ୍ଟିମିଂ ଆପକୁ ମଧ୍ୟ ମାଗଲାରେ ଆସେସ୍ କରିପାରିବେ । ଓଟିଟି ପ୍ଲାନ ପାଇଁ କନେକ୍ସନ ୨୦୦ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ବେସିକ ଚାର୍ଜ ଦେବାକୁ ପଡ଼ିଥାଏ ।

ଯଦି ଆପଣ ଜିଓର ସବୁଠାରୁ ଶସ୍ତା ପ୍ଲାନ କିଣନ୍ତି, ତେବେ ମନେରଞ୍ଜନ ପାଇଁ ଆପଣଙ୍କୁ ଏହି ଆପ ପାଇଁ ପଇସା ଖର୍ଚ୍ଚ କରିବାର ଆବଶ୍ୟକତା ପଡ଼ିବ ନାହିଁ । ଏହା ହେଉଛି ଏହି ପ୍ଲାନର ଏକ ବିଶେଷତା । ଏହି ପ୍ଲାନରେ ଆପଣ ବଲିଉଡ, ହଲିଉଡ, ଭାରତୀୟ ଆଞ୍ଚଳିକ ଫିଲ୍ମ, ଲୋକପ୍ରିୟ ଟିଭି ଶୋ’କୁ ଯେ କୌଣସି ସ୍ଥାନରେ ଯେ କୌଣସି ସମୟରେ ନିଜ ମୋବାଇଲରେ ଦେଖିପାରିବେ ।

Get real time updates directly on you device, subscribe now.