fbpx
BJD SKY
BJD SKY

ପାକିସ୍ତାନୀଙ୍କ ପାଇଁ ସ୍ୱପ୍ନ ହେଲାଣି ପୁରି ଖାଇବା, ଦରବୃଦ୍ଧି ଯୋଗୁଁ ଅସୁବିଧାରେ ଲୋକେ

BJD

ପୁରି, ଖାଇବାକୁ ଶସ୍ତା ସହ ଖୁବ୍ ସୁଆଦିଆ ମଧ୍ୟ ହୋଇଥାଏ । ଅନେକ ଲୋକ ସକାଳେ ଜଳଖିଆ ଭାବରେ ଖାଇଥାନ୍ତି ପୁରି । ତେବେ କେବଳ ଏହା ଆମ ଭାରତୀୟଙ୍କ ପସନ୍ଦ ନୁହେଁ, ପଡ଼ୋଶୀ ପାକିସ୍ତାନରେ ମଧ୍ୟ ପୁରି ବଡ଼ ଆଗ୍ରହର ସହ ଖାଇଥାନ୍ତି ଲୋକେ ।

କିନ୍ତୁ ବର୍ତ୍ତମାନ ପାକିସ୍ତାନୀ ବ୍ୟକ୍ତିଙ୍କ ପାଇଁ ପୁରି ଖାଇବା ଏକ ସ୍ୱପ୍ନ ଭଳି ହୋଇଯାଇଛି । କାରଣ ପାକିସ୍ତାନରେ ଏହା ଦାମ୍ ଆକାଶ ଛୁଆଁ ହୋଇଛି । ପୃକତରେ ପାକିସ୍ତାନରେ ବଢ଼ୁଥିବା ଦରଦାମ୍ ଯୋଗୁଁ ଏଭଳି ହୋଇଛି ।

ଗହମ, ଅଟା ଏବଂ ବିଜୁଳି ଇତ୍ୟାଦିର ରେଟ୍ ବଢ଼ୁଥିବାର ପୁରି ରେଟ୍ ବଢ଼ିଛି । ଯାହା ପୁରିର ଦରବୃଦ୍ଧି କରିଛି ବୋଲି କହିଛନ୍ତି ପାକିସ୍ତାନର ଜଣେ ବ୍ୟବସାୟୀ । ଏହାଦ୍ୱାରା ସମସ୍ତଙ୍କୁ ଫରକ ପଡ଼ିଛି, ଗ୍ରାହକ ପୁରି ଖାଇବାକୁ ମନେ କରୁନାହାଁନ୍ତି ଏବଂ ପୁରି ଖାଇବା ଲୋକ ମଧ୍ୟ କମ୍ ହୋଇଯାଇଛନ୍ତି ବୋଲି କହିଛନ୍ତି ବ୍ୟବସାୟୀ ।

Get real time updates directly on you device, subscribe now.