fbpx

ଓମିକ୍ରନକୁ ନେଇ ଡାକ୍ତର କଲେ ଖୁଲାସା: ଅଧିକ ବ୍ୟାପିଲେ ବଢ଼ିବ ଲୋକଙ୍କ ଇମ୍ୟୁନିଟି

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତାର କାରଣ ପାଲଟିଛି । ନିକଟରେ ଏହା ଜଣାପଡ଼ିଛି ଯେ ଓମିକ୍ରନ ଅଧିକ ଦ୍ରୃତ ଭାବରେ ବ୍ୟାପିବାରେ ଲାଗିଛି । ତେବେ ଏପର୍ଯ୍ୟନ୍ତ ଏହାଦ୍ୱାରା ହେବାକୁ ଥିବା ମୃତ୍ୟୁକୁ ନେଇ ବୈଜ୍ଞାନିକ କୌଣସି ଦାବି କରିନାହାଁନ୍ତି । ଦକ୍ଷିଣ ଆଫ୍ରିକା ଏବଂ ବ୍ରିଟେନରେ ଦେଖାଯାଉଥିବା ସଂକ୍ରମିତଙ୍କ ହସ୍ପିଟାଲରେ ଭର୍ତ୍ତି କିମ୍ବା ମୃତ୍ୟୁ ହେବା ମଧ୍ୟ କମ୍ ରହିଛି । ଅବଶ୍ୟ ଏହା ଡେଲଟା ଭଳି ମାରାତ୍ମକ ପ୍ରତୀୟମାନ ହେଉନଥିଲେ ବି ବୈଜ୍ଞାନିକମାନେ ଏହାର ପ୍ରଭାବକୁ ଜାଣିବା ପାଇଁ ଗବେଷଣା ଚଳାଇଛନ୍ତି ।

ଏହାରି ମଧ୍ୟରେ ଅନେକ ଡାକ୍ତର ଦାବି କରିଛନ୍ତି ଓମିକ୍ରନ କମ୍ ମାରାତ୍ମକ । ତେଣୁ ସରକାରଙ୍କୁ ଏହାକୁ ଲକଡାଉନ କିମ୍ବା କର୍ଫ୍ୟୁ ଲଗାଇ ରୋକିବା ଅପେକ୍ଷା ବ୍ୟାପିବାକୁ ଦେବା ଦରକାର । ଆମେରିକାର ଜଣେ ହୃଦ ରୋଗ ବିଶେଷଜ୍ଞ ଏଫଶାଇନ ଇମରାନୀ ଏହି କଥା କହିଛନ୍ତି । କରୋନା ମହାମାରୀ ସମୟରେ ସେ ଅନେକ କରୋନା ରୋଗୀଙ୍କ ସେବା କରିଥିଲେ ।

ଡାକ୍ତର ଇମରାନୀଙ୍କ ସମେତ ଅନ୍ୟ ଗବେଷକଙ୍କ କହିବା ଅନୁଯାୟୀ, ଓମିକ୍ରନ ଭାରିଆଣ୍ଟ ଡେଲଟା ଭାରିଆଣ୍ଟ ତୁଳନାରେ କମ ଘାତକ । ଏହା କମ୍ ଘାତକ ହୋଇଥିବାରୁ ଲୋକେ ଗମ୍ଭୀର ଭାବରେ ଆକ୍ରାନ୍ତ ହେବେ ନାହିଁ ଏବଂ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେବାକୁ ପଡ଼ିବନି । ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଓମିକ୍ରନ ସଂକ୍ରମିତ ଲୋକଙ୍କୁ ଅନ୍ୟ ଭାରିଆଣ୍ଟ ତୁଳନାରେ ୭୦ ପ୍ରତିଶତ କମ ହସ୍ପିଟାଲ ଯିବାର ଆବଶ୍ୟକ ପଡ଼ୁଛି । ଏହା ସହ ଓମିକ୍ରନ ରେ ମୃତ୍ୟୁ ସମ୍ଭାବନା କମ ରହିଛି । ଏହା ସହ ଏମାନଙ୍କ ଶରୀରରେ କରୋନା ବିରୋଧରେ ରୋଗପ୍ରତିରୋଧକ ଶକ୍ତି ବିକଶିତ ହୋଇଯିବ, ଯାହା ଅଧିକ ସମୟ ପର୍ଯ୍ୟନ୍ତ ରହିବ ଏବଂ ଏଭଳି କରୋନାର ଅନ୍ତ ଆରମ୍ଭ ହେବ ।

ସେ କହିଛନ୍ତି ଓମିକ୍ରନ ସଂକ୍ରମଣ ମାରାତ୍ମକ ନହେବାର କାରଣ ସାମ୍ନାକୁ ଆସିଛି । ଯେଉଁଥିରେ ଜଣାପଡ଼ିଛି ଯେ ଓମିକ୍ରନ ଫୁସଫୁସ୍ ଏବଂ ଶ୍ୱାସ ନଳୀକୁ ଯୋଡ଼ୁଥିବା ନଳୀରେ ନିଜକୁ ବଢ଼ାଇଥାଏ । କିନ୍ତୁ ଏହାର ପ୍ରଭାବ ଫୁସଫୁସ୍ ଉପରେ ପଡ଼ୁନାହିଁ । ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଫୁସଫୁସ୍ କୁ ଡେଲଟା ତୁଳନାରେ ଅଧିକ କ୍ଷତି ପହଞ୍ଚାଉନାହିଁ ।  ଏଥିପାଇଁ ଓମିକ୍ରନ ସଂକ୍ରମିତଙ୍କ ଅକ୍ସିଜେନ ମଧ୍ୟ ଦରକାର ପଡ଼ୁନାହିଁ । ଏହା ଛଡ଼ା ଆମ ଶ୍ୱାସନଳୀରେ ଲକ ମ୍ୟୁକୋସଲ ଇମ୍ୟୁନ ସିଷ୍ଟମ ରହିଛି ଯାହା ପତିରୋଧକ କ୍ଷମତାର କେନ୍ଦ୍ର । ତେଣୁ ଯେତେବେଳେ ଏଠାରେ ଓମିକ୍ରନ୍ ବଢ଼ିବା ଆରମ୍ଭ ହୋଇଥାଏ ଏଠାରେ ଥିବା ପ୍ରତିରୋଧକ ଶକ୍ତି ନିଜେ ନିଜେ ସକ୍ରିୟ ହୋଇଥାଏ ଏବଂ ଆଣ୍ଟିବଡି ଓମିକ୍ରନକୁ ନାଶ କରିଥାନ୍ତି । ଫଳରେ ଓମିକ୍ରନ ଶରୀରରେ ଗମ୍ଭୀର ଭାବେ ବିକଶିତ ହୋଇପାରୁନାହିଁ ।

ଡାକ୍ତର ଇମରାନୀ କହିଛନ୍ତି ଯେ ଓମିକ୍ରନ ଯୋଗୁଁ ମୃତ୍ୟୁ ହୋଇନପାରେ । ପୂର୍ବରୁ ଅନ୍ୟ ରୋଗରେ ପିଡ଼ୀତ ଥିବା ବ୍ୟକ୍ତି ପ୍ରଭାବିତ ହୋଇପାରନ୍ତି । କିନ୍ତୁ ସୁସ୍ଥ ଲୋକଙ୍କ ଅସୁବିଧା ହୋଇନପାରେ । ଏହି ଭଳି ଭାବରେ ଓମିକ୍ରନ ପ୍ରାକୃତିକ ଭାକ୍ସିନ ହୋଇଯିବ ଏବଂ ମହାମାରୀ ଶେଷ ହୋଇଯିବ ।

Get real time updates directly on you device, subscribe now.