fbpx

କର୍ମଚାରୀଙ୍କ ପାଇଁ ଜରୁରୀ ଖବର: ସରକାର ବଦଳାଇଲେ ବଡ଼ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି !

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଡିଏ ଏବଂ ବୋନସ୍ ଦେବା ପରେ ଏବେ ସରକାର ଏକ ବଡ ନିୟମରେ ପରିବର୍ତ୍ତନ କରିଛନ୍ତି । ବାସ୍ତବରେ ସରକାର କର୍ମଚାରୀଙ୍କ ପାଇଁ କଡ଼ା ଚେତାବନୀ ଜାରି କରିଛନ୍ତି । ଯଦି କର୍ମଚାରୀମାନେ ଏହାକୁ ଅଣଦେଖା କରନ୍ତି ତେବେ ଅବସର ପରେ ସେମାନଙ୍କୁ ପେନସନ୍ ଏବଂ ଗ୍ରାଚ୍ୟୁଇଟିରୁ ବଞ୍ଚିତ ହେବାକୁ ପଡିବ ।

ସୂଚନା ମୁତାବକ, କର୍ମଚାରୀଙ୍କ କାମକୁ ନେଇ ସରକାର ଚେତାବନୀ ଜାରି କରିଛନ୍ତି । ଯଦି କୌଣସି କର୍ମଚାରୀ କାର୍ଯ୍ୟରେ ଅବହେଳା କରନ୍ତି, ତେବେ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଅବସର ପରେ ତାଙ୍କ ପେନସନ୍ ଏବଂ ଗ୍ରାଚ୍ୟୁଇଟି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ, କିନ୍ତୁ ଆଗକୁ ଯାଇ ଏହା ରାଜ୍ୟମାନେ ମଧ୍ୟ ଲହାକୁ ଲାଗୁ କରିପାରିବେ ।

ସରକାର ଜାରି କଲେ ବିଜ୍ଞପ୍ତି :-
କେନ୍ଦ୍ର ସରକାର ନିକଟରେ ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍ (ପେନସନ୍) ନିୟମ ୨୦୨୧ ଅନୁଯାୟୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଅ କେନ୍ଦ୍ର ସରକାର ନିକଟରେ ସିସିଏସ (ପେନସନ୍) ନିୟମ ୨୦୨୧ ର ନିୟମ ୮ରେ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ ନୂଆ ବ୍ୟବସ୍ଥା ଯୋଡି ଦିଆଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଯଦି କେନ୍ଦ୍ର କର୍ମଚାରୀ ନିଜର ସେବାକାଳ ସମୟରେ କୌଣସି ଗମ୍ଭୀର ଅପରାଧ ବା ଅବହେଳାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅବସର ପରେ ସେମାନଙ୍କ ଗ୍ରାଚ୍ୟୁଇଟି ଏବଂ ପେନସନ୍ ବନ୍ଦ ହୋଇଯିବ ।

ସୂଚନାଯୋଗ୍ୟ ଯେ, ପରିବର୍ତ୍ତିତ ନିୟମ ବିଷୟରେ ସୂଚନା ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ କେନ୍ଦ୍ର ପଠାଇଛି । କେବଳ ଏତିକି ନୁହେଁ, ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଯଦି ଦୋଷୀ କର୍ମଚାରୀଙ୍କ ବିଷୟରେ ସୂଚନା ମିଳେ, ତେବେ ସେମାନଙ୍କ ପେନସନ୍ ଏବଂ ଗ୍ରାଚ୍ୟୁଇଟି ବନ୍ଦ କରିବା ପାଇଁ କାର୍ଯ୍ୟ ଆରମ୍ଭ କରାଯିବା ଉଚିତ୍ । ଅର୍ଥାତ୍ ଏଥର ସରକାର ଏହି ନିୟମକୁ କଡାକଡି କରିଛନ୍ତି ।

Get real time updates directly on you device, subscribe now.