fbpx
BSKY
BJD SHG SKY
BJD MC SKY

ଯୌନ ଅପରାଧୀ ସାବଧାନ: ଏଣିକି ଦୋଷୀଙ୍କୁ କେମିକାଲ ଇଞ୍ଜେକସନ ଦେଇ କରାଇ ଦିଆଯିବ ବନ୍ଧ୍ୟାକରଣ

ନୂଆଦିଲ୍ଲୀ: ଯୌନ ଅପରାଧ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ଆଗରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ତେବେ ଯୌନ ରାକ୍ଷସଙ୍କ ବିରୋଧରେ କଡ଼ା ନିୟମ ଲାଗୁ କରିବା ନେଇ ବିଭିନ୍ନ ସମୟରେ ଦାବି ହୋଇଥାଏ । ଯୌନ ଅପରାଧୀଙ୍କ ପାଇଁ ଥାଇଲ୍ୟାଣ୍ଡ ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛି । ଏହି ନିୟମ ଫଳରେ କେମିକାଲ ପ୍ରୟୋଗ କରି ଯୌନ ରାକ୍ଷସଙ୍କୁ ଖାସୁକରଣ ବା ଯୌନ ଅକ୍ଷମ କରାଇ ଦିଆଯିବ ।

ତେବେ ଏ ସମ୍ବନ୍ଧୀୟ ବିଲ ଗତ ମାର୍ଚ୍ଚ ମାସରେ ନିମ୍ନ ସଦନରେ ପାସ ହୋଇଥିଲା । ବିଲକୁ ୧୪୫ ଜଣ ସିନେଟର ସମର୍ଥନ କରିଥିବା ବେଳେ ଦୁଇଜଣ ଏହା ବିରୋଧରେ ଭୋଟ ଦେଇଥିଲେ । ତେବେ ଏହି ନିୟମ କାର୍ଯ୍ୟକାରୀ ହେବା ପାଇଁ ଅନ୍ୟ ସଦନରେ ବିଲ ପାସ୍ ହେବା ଜରୁରୀ । ଥାଇଲ୍ୟାଣ୍ଡରେ ଗତ ୨୦୧୩ରୁ ୨୦୨୦ ମଧ୍ୟରେ ୧୬ ହଜାର ୪୧୩ ଜଣ ଯୌନ ଅପରାଧୀଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୪୮୪୮ ଜଣ ପୁନର୍ବାର ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିବା ସଂଶୋଧନ ବିଭାଗ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ।

ଏହି ବିଲ ଅନୁଯାୟୀ, ଯେଉଁମାନେ ପୁନର୍ବାର ଯୌନ ଅପରାଧ କରିବେ, ସେମାନଙ୍କୁ ଇଞ୍ଜେକସନ ଦେଇ ଟେଷ୍ଟୋଷ୍ଟିରନ୍ ସ୍ତରକୁ ହ୍ରାସ କରାଇ ଦିଆଯିବ । ଏ କ୍ଷେତ୍ରରେ ଅପରାଧୀମାନେ ସ୍ୱଳ୍ପ ଅବଧି ପାଇଁ ଜେଲରେ ରହିବେ । ଏଥିପାଇଁ ଦୁଇଜଣ ଡାକ୍ତରଙ୍କ ସମ୍ମତି ମିଳିବା ଜରୁରୀ ଓ ଏହାକୁ ଗ୍ରହଣ କରିବା ପାଇଁ ଅପରାଧୀଙ୍କ ନିକଟରେ ବିକଳ୍ପ ରହିବ । ଅପରାଧୀମାନେ ୧୦ ବର୍ଷ ପାଇଁ ଜେଲରେ ରହିବା ସହ ବୈଦ୍ୟୁତିକ ବ୍ରେସଲେଟ୍ ପରିଧାନ କରିବେ । ଯଦି ଏହି ନିୟମକୁ ମଞ୍ଜୁରୀ ମିଳେ, ତେବେ ପୋଲାଣ୍ଡ, ଦକ୍ଷିଣ କୋରିଆ, ରୁଷିଆ, ଓଷ୍ଟୋନିଆ ଓ ଆମେରିକାର କିଛି ରାଜ୍ୟ ଗ୍ରୁପ ସହ ଥାଇଲ୍ୟାଣ୍ଡ ସାମିଲ ହେବ ।

Get real time updates directly on you device, subscribe now.