fbpx

ଆପଣଙ୍କ ଆଧାର କାର୍ଡରେ ରହିଛି କେତୋଟି ସିମ୍, ଏମିତି କରନ୍ତୁ ଚେକ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଯାଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାମରେ ଏହାକୁ ବ୍ୟବହାର କରାଯାଉଛି । ବ୍ୟାଙ୍କ୍ ସମ୍ବନ୍ଧୀୟ କୌଣସି କାମ ହେଉ କିମ୍ବା କୌଣସି ସରକାରୀ ଯୋଜନାରେ ସାମିଲ ହେବା ପାଇଁ, ସବୁ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି । ଏମିତିକି ଏବେ ଆଧାର କାର୍ଡ ଦ୍ୱାରା ସହଜରେ ଜଣେ ନିଜ ନାମରେ ମୋବାଇଲ ସିମ୍ କାର୍ଡ ମଧ୍ୟ କିଣିପାରୁଛନ୍ତି । କିନ୍ତୁ ଅନେକ ଥର ଆମର ଆଧାର କାର୍ଡରେ ସିମ୍ ଜାରି ହୋଇଥାଏ ଯାହା ବିଷୟରେ ଆମକୁ ଜଣାପଡ଼ିନଥାଏ । ଏହି କାରଣରୁ ଲୋକେ ଠକାମୀର ମଧ୍ୟ ଶିକାର ହୋଇଥାନ୍ତି । ତେଣୁ ଆପଣ ଜାଣିବା ଦରକାର ଯେ ଆପଣଙ୍କ ଆଧାର କାର୍ଡରେ କେତେ ସିମ୍ କାର୍ଡ ଜାରି ହୋଇଛି ।

ଏଥିପାଇଁ ଆପଣଙ୍କୁ DoT ୱେବସାଇଟରୁ ସହାୟତା ମିଳିଯିବ । ଏହି ପୋର୍ଟାଲକୁ ଟେଲିକମ୍ ଆନାଲିଟିକ୍ସ ଫର୍ ଫ୍ରଡ୍ ମାନନେଜମେଣ୍ଟ ଆଣ୍ଡ୍ କନ୍ଜ୍ୟୁମର ବା (TAFCOP) ନାଁ ଦିଆଯାଇଛି । ଏହାଦ୍ୱାରା ଆପଣ କୌଣସି ବି ଆଧାର ନମ୍ବରରେ ଜାରି ହୋଇଥିବା ସିମ୍ କାର୍ଡ ବିଷୟରେ ଜାଣିପାରିବେ । ତେବେ କିପରି ଏହି ୱେବସାଇଟ୍ ମାଧ୍ୟମରେ ଆପଣ ଚେକ୍ କରିପାରିବେ ଆସନ୍ତୁ ଜାଣିବା ।

ତେବେ ଆପଣଙ୍କ ନାଁରେ କେତୋଟି ସିମ୍ କାର୍ଡ ଅଛି, ଜାଣିବାକୁ ଏପରି କରନ୍ତୁ ଚେକ୍…

୧: https://tafcop.dgtelecom.gov.in କୁ ଯାଆନ୍ତୁ । ଆପଣଙ୍କର ମୋବାଇଲ୍ ନମ୍ବର ଏଣ୍ଟର କରନ୍ତୁ ଏବଂ “Request OTP” ଉପରେ କ୍ଲିକ୍ କରନ୍ତୁ ।

୨: ଏବେ ଆପଣ ୬-ଅଙ୍କ ବିଶିଷ୍ଟ ଏକ ଓଟିପି ପାଇବେ । ଓଟିପି ଏଣ୍ଟର କରି “Validate” ଉପରେ କ୍ଲିକ୍ କରନ୍ତୁ ।

୩: ପରବର୍ତ୍ତୀ ପେଜରେ ଆପଣ ଆଧାର ନମ୍ବରରେ ପଞ୍ଜୀକୃତ ସମସ୍ତ ମୋବାଇଲ୍ ନମ୍ବର ଦେଖିବେ ।

୪: ଯଦି ଆପଣ କିଛି ନମ୍ବର ଦେଖନ୍ତି ଯାହା ଆପଣଙ୍କର ନୁହେଁ, କିମ୍ବା ଆପଣ ବ୍ୟବହାର କରିବାକୁ ଚାହୁଁନାହାଁନ୍ତି, କେବଳ ନମ୍ବର ପାଖରେ ଏକ ଟିକ୍ କରନ୍ତୁୁ ଏବଂ “Report” ଉପରେ କ୍ଲିକ୍ କରନ୍ତୁ । ଯଦି ସମସ୍ତ ସଂଖ୍ୟା ଆପଣଙ୍କର ଅଟେ, ଏବଂ ଆପଣ ସେଗୁଡିକ ବ୍ୟବହାର ଜାରି ରଖିବାକୁ ଚାହାଁନ୍ତି, ତେବେ କିଛି କରିବାର ଆବଶ୍ୟକତା ନାହିଁ ।

୫: ଗାଇଡଲାଇନ୍ ଅନୁସାରେ, ଜଣେ ଗ୍ରାହକଙ୍କୁ ନଅଟି ମୋବାଇଲ୍ କନେକ୍ସନ ରଖିବାକୁ ଅନୁମତି ଦିଆଯାଇଛି । ଯେଉଁମାନଙ୍କର ଗୋଟିଏ ଆଧାରରେ ନଅରୁ ଅଧିକ ନମ୍ବର ଅଛି ସେମାନଙ୍କୁ ଏକ ଏସଏମଏସ ପଠାଯିବ ।

Get real time updates directly on you device, subscribe now.