fbpx

ଫଟୋରେ ଘାଇଲା କଲେ ହଂସିକା ମୋତୱାନୀ, ପ୍ରପୋଜ୍ କରିଦେଲେ ଫ୍ୟାନ୍

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ହଂସିକା ମୋତୱାନୀଙ୍କ ଲେଟେଷ୍ଟ ଫଟୋସୁଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କର ନୂଆ ଅନ୍ଦାଜ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ କରିଛନ୍ତି ।

ହଂସିକା ମୋତୱାନୀ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି । ଫ୍ୟାନ୍ସଙ୍କ ସହ ଫଟୋ ଶେୟାର କରିଥାନ୍ତି । ତାଙ୍କର ପ୍ରତି ଫଟୋସୁଟ୍ ରେ ପ୍ରତି ଥର କିଛି ନା କିଛି ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ । ତାଙ୍କର ସବୁ ଅନ୍ଦାଜଙ୍କୁ ଫ୍ୟାନ୍ସ ପସନ୍ଦ କରିଥାନ୍ତି । ଏମିତିରେ ତାଙ୍କର ଲେଟେଷ୍ଟ ଫଟୋସୁଟ୍ ଯେ ଫ୍ୟାନ୍ସଙ୍କୁ ଘାଇଲା କରିଛନ୍ତି ।

ହଂସିକା ମୋତୱାନୀ ଇନଷ୍ଟାଗ୍ରାମରେ ତାଙ୍କର ଲେଟେଷ୍ଟ ଫୋଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ବ୍ଲାକ୍ ଲ୍ର ଆଉଟଫିଟରେ ନଜର ଆସିଛନ୍ତି । ସେ ଏହି ଡ୍ରେସ୍ ଖୁବ୍ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ଏହି ଫଟୋରେ ତାଙ୍କର ଅନ୍ଦାଜ ଏବଂ ଫଟୋଗ୍ରାଫୀ ପୋଜକୁ ଫ୍ୟାନମାନେ ବେଶ୍ ପସନ୍ଦ କରୁଛନ୍ତି । ତାଙ୍କର ଏହି ଫଟୋକୁ ୫୭ ହଜାରରୁ ମଧ୍ୟ ଅଧିକ ଲାଇକ୍ ମିଳିଛି । ହଂସିକାଙ୍କ ଏହି ଫଟୋକୁ ଦେଖି ଜଣେ ୟୁଜର ତ’ ତାଙ୍କୁ ପ୍ରପୋଜ୍ ବି କରିଦେଇଛନ୍ତି । ଦେଖନ୍ତୁ….

ଏହା ସହ ଫ୍ୟାନ୍ସ ହଂସିକାଙ୍କ ଫଟୋକୁ ନେଇ ଅନେକ କମେଣ୍ଟ କରିଛନ୍ତି ଖାଲି ସେତିକି ନୁହେଁ ତାଙ୍କର ଏହି ଫଟୋରେ ଫ୍ୟାନମାନେ ତାଙ୍କର ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେ ହଂସିକାଙ୍କ ଫୋଟୋ ଫ୍ୟାନ୍ସଙ୍କ ହୃଦୟ ଜିତିଛି । ଏହା ପୂର୍ବରୁ ସେ ବିକିନିରେ ଫ୍ୟାନ୍ସଙ୍କୁ ମତୁଆଲା କରିଥିଲେ । ଉଲ୍ଲେଖଯୋଗ୍ୟ, ହଂସିକା ମୋତୱାନୀ ସାଉଥ ସହ ହିନ୍ଦୀ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି । ସେ ଧାରାବାହିକ “ଶାକା ଲାକା ବୁମ୍ ବୁମ୍’, “କୋଇ ମିଲ୍ ଗୟା’ ଏବଂ “ହମ୍ କୌନ୍ ହେଁ’ ଭଳି ଫିଲ୍ମରେ ନଜର ଆସିଛନ୍ତି ।

Get real time updates directly on you device, subscribe now.