fbpx

ହେ ଭଗବାନ, ମୁଁ ମରିଯିବି: ଏଇଟା ସାପ ନା ଟ୍ରେନର ବଗି, ଏଇ ଜନ୍ତୁଟା କ’ଣ ଆମ ଘର ଭିତରେ ପଶିଲାଣି, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ତେବେ ନିକଟରେ ଏକ ସାପକୁ ନେଇ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓଟିକୁ ଦେଖିଲେ ଆପଣ ଭୟରେ ଶୀହରୀ ଉଠିବେ । ଗୋଟିଏ ବିଶାଳକାୟ ସାପ ଧୀରେଧୀରେ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶୁଥିବା ଭିଡିଓରେ ଦେଖାଯାଉଛି ।

ତେବେ ଏହି ଭିଡିଓକୁ ଦେଖିବା ପରେ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ଆପଣ ଜୀବନରେ ଅନେକ ଛୋଟ ବଡ଼ ସାପ ଦେଖିଥିବେ, କିନ୍ତୁ ଟ୍ରେନ ବଗି ପରି ଲମ୍ବା ଆଉ ମୋଟା ଆକାରର ସାପ ବୋଧହୁଏ ଦେଖି ନଥିବେ । ଏପରି ବିଶାଳକାୟ ସାପ ପ୍ରାୟତଃ ଡିସକଭରୀ ଚାନେଲରେ ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ କିଛି ସାପ ବିଷାକ୍ତ ହୋଇଥିବା ବେଳେ ଆଉ କିଛି ବିଷଶୂନ୍ୟ ହୋଇଥାନ୍ତି ।

ଭିଡିଓରୁ ଜଣାପଡ଼ୁଛି, ସତେ ଯେମିତି ଏକ ମୋଟା ପାଇପ୍ ଗତି କରୁଛି । ମାତ୍ର ଧୀରେ ଧୀରେ ଭିଡିଓର ଅବଧି ବଢ଼ିବା ପରେ ତାହା ଏକ ବିଶାଳକାଳୟ ସାପ ବୋଲି ସ୍ପଷ୍ଟ ହେଉଛି । ସାଧାରଣ ଭାବେ ଏକ ମିଟର ବା ତା’ଠାରୁ କମ୍ ଲମ୍ବ ଆକାରର ଧଣ୍ଡ ବା ଚିତି ସାପ ଦେଖିଲେ ଲୋକଙ୍କ ଛାତିରେ ଛନକା ପଶି ଯାଇଥାଏ । ତେବେ ବଡ଼ ବଡ଼ ପଶୁଙ୍କୁ ଗିଳିବାର କ୍ଷମତା ରଖୁଥିବା ଏହି ଜନ୍ତୁକୁ ଦେଖିବା ପରେ ଜଣଙ୍କର ଅବସ୍ଥା କ’ଣ ହେବ ତାହା ଥରେ ଚିନ୍ତା କରନ୍ତୁ ।

ତେବେ ଭିଡିଓ ଦେଖିବା ପରେ କିଛି ଲୋକ ଏହାକୁ ଅଜଗର ତ ଆଉ କିଛି ଆନାକୋଣ୍ଡା କହିଥିଲେ । ଏପରି ଭୟାନକ ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ ନ କରିବାକୁ କିଛି ୟୁଜର ମଧ୍ୟ କହିବାକୁ ପଛାଇ ନଥିଲେ । ସୋସିଆଲ ମିଡ଼ିଆରେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫୦ ହଜାର ଲୋକ ଦେଖିସାରିଥିବା ବେଳେ ୧୫୦୦ରୁ ଅଧିକ ଲାଇକ୍ସ ଓ ୩୫୦ରୁ ଅଧିକ ଥର ରିଟ୍ୱିଟ୍ କରାଯାଇଛି ।

Get real time updates directly on you device, subscribe now.