fbpx
BSKY
BJD SHG SKY
BJD MC SKY

ବଲାଙ୍ଗିର-ସୋନପୁର ମର୍ମନ୍ତୁଦ ଦୁର୍ଘଟଣା: ଧରାପଡ଼ିଲେ ମହିଳା ଇନ୍ସପେକ୍ଟର ଓ ଡ୍ରାଇଭର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲାଙ୍ଗିର-ସୋନପୁର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପରେ ଫେରାର ଥିବା ମହିଳା ଇନ୍ସପେକ୍ଟର ଧରାପଡ଼ିଛନ୍ତି । ସେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଏକ ବଡ଼ଧରଣର ଦୁର୍ଘଟଣା ଘଟିବା ପରେ ସେମାନଙ୍କୁ ହସ୍ପିଟାଲ ନେବା ବଦଳରେ ସେ ଚମ୍ପଟ ମାରିଥିଲେ । ଦୁର୍ଘଟଣା ଘଟାଇଥିବା କାରଟି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାମରେ ରହିଥିଲା । ତେବେ କାରର ଡ୍ରାଇଭର ଅଜୟ ସେଠୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ବଲାଙ୍ଗିର-ସୋନପୁର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିସହ ଅଟୋ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କାରେ ୫ ଜଣ ଗୁରୁତର ହୋଇଥିଲେ । ତେବେ ଦୁର୍ଘଟଣାଗ୍ରସ୍ତ କାର ମଧ୍ୟରୁ ଜଣେ ୩ ଷ୍ଟାର ଇନ୍ସପେକ୍ଟରଙ୍କ ପୋଷାକ ମିଳିଥିଲା । ରାସ୍ତାରେ ଛିଡ଼ା ହୋଇଥିବା ଅଟୋ ଓ ବାଇକକୁ ଅଚାନକ ଧକ୍କା ଦେଇଥିବା କାର୍ । ଦୁର୍ଘଟଣାରେ ଅଟୋରେ ଥିବା ୩ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତରଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏହି ଦୁର୍ଘଟଣା ପାଇଁ କାର ଦାୟୀ ବୋଲି ସୋନପୁର ଏସପି ପ୍ରତିକ୍ରିୟା ଦେଇଥିଲେ । ଇନ୍ସପେକ୍ଟର ଗାଡ଼ିରେ ବସିଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.