fbpx
BJD SKY
BJD SKY

International Cricketରେ ବୋଲରଙ୍କ ପାଇଁ ନୂଆ ନିୟମ: ଏବେ ବିଳମ୍ବରେ ବୋଲିଂ କରିବା ପଡ଼ିବ ମହଙ୍ଗା

BJD

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟରେ ପରିବର୍ତ୍ତନ ଆରମ୍ଭ କରିଛି ଆଇସିସି । ଏଣିକି ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଆଉ ଏକ ନୂଆ ନିୟମ ଲାଗୁ କରାଯାଇଛି । ତେବେ ଏହି ନିୟମ କେବଳ ବୋଲରମାନଙ୍କ ପାଇଁ ହୋଇଥିଲେ ମଧ୍ୟ ଏଥିରେ ଖିଲାପ ହେଲେ ଦଳ ଉପରେ ଏହାର ପ୍ରଭାବ ପଡ଼ିପାରେ । ଏହି ନିୟମକୁ ଆଇସିସି ‘Stop Clock(ଷ୍ଟପ୍ କ୍ଲକ୍)’ ଭାବରେ ନାମ ଦେଇଛି । ତେବେ ଆଇସିସିର ଏହି ନିୟମ କୌଣସି ମ୍ୟାଚର ଫଳାଫଳ ମଧ୍ୟ ପରିବର୍ତ୍ତନ କରି ଦେଇପାରେ । ତେବେ ବର୍ତ୍ତମାନ ଏହା ଟ୍ରାଏଲ ପାଇଁ ଲାଗୁ ହେବା ସହିତପରେ ଏହାକୁ ନିୟମିତ କରିବା ପାଇଁ ଯୋଜନା ରଖିଛି ଆଇସିସି ।

ଆଇସିସିର ନୂଆ ନିୟମ ଅନୁସାରେ, କୌଣସି ଟିମ୍ ପରବର୍ତ୍ତୀ ଓଭର ପକାଇବା ପାଇଁ ବିଳମ୍ବ କଲେ ମିଳିବ ଦଣ୍ଡ । ଏଥିପାଇଁ ଲଗାତାର ୩ ଥର ୬୦ ସେକେଣ୍ଡରୁ ଅଧିକ ସମୟ ନେଲେ ଦଳ ଉପରେ ୫ ରନ୍ ପେନାଲ୍ଟି ଭାବରେ ଲାଗୁ କରାଯିବ । ଏହି ଟ୍ରାଏଲ ଡିସେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ଏପ୍ରିଲ ମାସ ପର୍ଯ୍ୟନ୍ତ ଏହାର ଟ୍ରାଏଲ କରାଯିବ । ଅହମ୍ମଦାବାଦରେ ଆଇସତିସିର ବୈଠକ ପରେ ଏହି ପେନାଲ୍ଟି ନିୟମକୁ ଦିନିକିଆ ଏବଂ ଟି-୨୦ ଫର୍ମାଯରେ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ଟିମକୁ ପରବର୍ତ୍ତୀ ଓଭର ପକାଇବା ପାଇଁ ୬୦ ସେକେଣ୍ଡ ସମୟ ମିଳିବ । ତେବେ ଗୋଟିଏ ମ୍ୟାଚରେ ୨ ଥର ଏଭଳି ଭୁଲକୁ ଗ୍ରହଣ କରାଯାଇ ପାରିବ । କିନ୍ତୁ ତୃତୀୟ ଥର ଦୁଇ ଓଭର ମଧ୍ୟରେ ୬୦ ସେକେଣ୍ଡରୁ ଅଧିକ ସମୟ ନେଲେ ବ୍ୟାଟିଂ ଦଳକୁ ଅତିରିକ୍ତ ୫ ରନ୍ ପ୍ରଦାନ କରାଯିବ ।

ଆଇସିସିର ଏହି ନିୟମ ମ୍ୟାଚର ରେଜଲ୍ଟ ଉପରେ ମଧ୍ୟ ପକାଇପାରେ । ପୂର୍ବରୁ ଏହି ସମୟରେ ବିଳମ୍ବ ହେଲେ ବୋଲିଂ ଦଳ ଉପରେ ଜରିମାନା ଲାଗୁ କରାଯାଉଥିଲା । କିନ୍ତୁ ଏଣିକି ଏହି ରନ୍ ଦଳ ଉପରେ ଖୁବ ଭାରୀ ପଡ଼ିପାରେ । ଡିସେମ୍ବର ମାସରୁ ଏହାର ଟ୍ରାଏଲ ଆରମ୍ଭ ହୋଇ ଏପ୍ରିଲ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ମ୍ୟାଚରେ ଏହି ଅଦରକାରୀ ସମୟ ପାଇଁ ଅନେକ ସମୟରେ ମ୍ୟାଚ ସରିବାରେ ବିଳମ୍ବ ହୋଇଥାଏ । ତେଣୁ ଏହାକୁ କମ୍ କରିବା ପାଇଁ ଆଇସିସି ଏହି ନିୟମକୁ ଲାଗୁ କରିବାକୁ ଯାଉଛି ।

ଏହାବ୍ୟତୀତ ପିଚ୍ ଉପରେ ବ୍ୟାନ୍ ଲଗାଇବା ନିୟମ ଉପରେ ମଧ୍ୟ ପରିବର୍ତ୍ତନ କରିଛି ଆଇସିସି । କୌଣସି ପିଚ୍ ର ୫ ବର୍ଷରେ ଡିମେରିଟ୍ ପଏଣ୍ଟ ସଂଖ୍ୟା ୬ରେ ପହଞ୍ଚିଲେ, ଏହାଠାରୁ ଆନ୍ତର୍ଜାତୀୟ କ୍ରିକେଟ ଆୟୋଜନର ଅଧିକାର ଛଡ଼ାଇ ନିଆଯିବ । ଏହାପୂର୍ବରୁ କେବଳ ୫ ଟି ଡେରିମିଟ୍ ପଏଣ୍ଟ ପାଇଁ ପିଚ୍ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଉଥିଲା ।
ଏହାପୂର୍ବରୁ ୨୦୨୨ ମସିହାରେ, ପେନାଲ୍ଟି ବ୍ୟତୀତ ଆଉ ଏକ ନିୟମ ମଧ୍ୟ ଲାଗୁ କରିଥିଲା । ଉଚିତ ସମୟରେ ନିର୍ଦ୍ଧାରିତ ଓଭର ଶେଷ ନ କଲେ, ୩୦ ୟାର୍ଡ ସର୍କଲ ଭିତରେ ଅତିରିକ୍ତ ଫିଲ୍ଡରଙ୍କୁ ରଖିବା ନିୟମକୁ ଅନୁମତି ଦେଇଥିଲା ।

Get real time updates directly on you device, subscribe now.