fbpx

ଏଣିକି ଆଉ ଘର ପାଖରେ ମିଳିବନି ମଟନ ଚିକେନ୍‌, ମାଂସ ଦୋକାନ ଲାଗି ଆସିଲା ନୂଆ ନିୟମ

Advertisement

ନୂଆଦିଲ୍ଲୀ:ଦିଲ୍ଲୀବାସୀଙ୍କୁ ଏବେ ମଟନ ଓ ଚିକେନ୍ କିଣିବା ଲାଗି କିଛି ବାଟ ଅଧିକ ଚାଲିବାକୁ ପଡିବ । ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସ(ଏମ୍‌ସିଡି) ପକ୍ଷରୁ ଲାଗି ହୋଇଥିବା ନୂଆ ନିୟମ କାରଣରୁ ଏପରି କରିବାକୁ ହେବ । ଏମ୍‌ସିଡି କାର୍ଯ୍ୟାଳୟରେ ମଙ୍ଗଳବାର ମାଂସ ଦୋକାନ ଲାଗି ନୂଆ ନୀତିକୁ ମଞ୍ଜୁରୀ ଦିଆଯାଇଛି । ଏହି ନୂଆ ନିୟମ ଅନୁଯାୟୀ ମାଂସ ଦୋକାନ ଓ ଧାର୍ମିକ ସ୍ଥଳ ମଧ୍ୟରେ ଅତି କମ୍‌ରେ ୧୫୦ ମିଟର ଦୂରତା ରହିବା ଉଚିତ । ତେବେ ସହରର ମାଂସ ବ୍ୟବସାୟୀମାନେ ଏମସିଡିର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଓ କୋର୍ଟକୁ ଯିବେ ବୋଲି କହିଛନ୍ତି ।

ଏମସିଡିର ନୂଆ ନିୟମ ଅନୁଯାୟୀ ମାଂସ ଦୋକାନ ଓ କୌଣସି ଧାର୍ମିକ ସ୍ଥଳ କିମ୍ବା ଶ୍ମଶାନ ଘାଟ ମଧ୍ୟରେ ଅତି କମ୍‌ରେ ୧୫୦ ମିଟର ଦୂରତା ରହିବା ଉଚିତ । ଏହି ନୂଆ ନିୟମରେ ଏହା ପ୍ରାବଧାନ ରହିଛି ଯେ, ଘୁଷୁରୀ ମାଂସକୁ ଛାଡି ଅନ୍ୟ ଲାଇସେନ୍ସପ୍ରାପ୍ତ ମାଂସ ଦୋକାନ ମସଜିଦ୍ ନିକଟରେ ଖୋଲାଯାଇପାରିବ ଯଦି ମସଜିଦ୍ କମିଟି ଓ ଇମାମ ଆବେଦକ ନୋ ଅବଜେକସନ୍ ସାର୍ଟିଫିକେଟ୍ (ଏନଓସି) ଦେଇଛନ୍ତି । ଏମସିଡିର ଏହି ନୂଆ ନିୟମ ଡିପାର୍ଟମେଣ୍ଟ ଅଫ୍ ଭେଟେରେନାରୀ ସର୍ଭିସେସ୍ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ଲାଗୁ ହେବ ।

Get real time updates directly on you device, subscribe now.