fbpx

ଚିଲିକାରୁ ଚିହ୍ନଟ ହେଲା ନୂତନ ପ୍ରଜାତିର କୋଚିଆ ମାଛ ‘କଳିଙ୍ଗ ଡୁଣା’: ZSI ଓ ଓଡ଼ିଶାର ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ହ୍ରଦରୁ ଏକ ବିରଳ ପ୍ରଜାତିର କୋଚିଆ ମାଛ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତିର ମାଛକୁ ‘କଳିଙ୍ଗ ଡୁଣା’ ବା ‘ପାଇସାଡାନାଫିସ୍ କଳିଙ୍ଗା’ ବୋଲି କୁହାଯାଉଛି । ଓଡ଼ିଶାର ଐତିହାସିକଙ୍କ ନାମ ଅନୁସାରେ ଏହି ନୂତନ ପ୍ରଜାତିର ନାମ ରଖାଯାଇଛି । ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ (ଜେଡଏସଆଇ), ରେଭେନ୍ସା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ମିଳିତ ପ୍ରୟାସରେ ଏହି ସଫଳତା ମିଳିଥିବା ଜଣାପଡ଼ିଛି ।

ସାଧାରଣ ଭାବେ ବର୍ଷର ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏହି ବିରଳ ପ୍ରଜାତିର ମାଛ ଦେଖାଯାଇଥାନ୍ତି । ସେଥିପାଇଁ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା ଆରମ୍ଭ କରିଥିଲେ । ତେବେ କିଛି ପ୍ରଜାତିର ଦାନ୍ତ ଓ ମେରୁଦଣ୍ଡର ଅକାର ଅଲଗା ରହୁଥିବା ଜଣାପଡ଼ିଥିଲା । ସେଥିପାଇଁ ବିଭିନ୍ନ ସ୍ଥାନରୁ ନମୂନା ସଂଗ୍ରହ କରି ତା’ର ଡିଏନଏ ବିଶ୍ଲେଷଣ କରାଯାଇଥିଲା । ଭାରତୀୟ ସମୁଦ୍ରରେ ବର୍ତ୍ତମାନ ଏଭଳି ତିନୋଟି ପ୍ରଜାତିର କୋଚିଆ ମାଛ ରହିଛନ୍ତି ।

ଚିଲିକା ହ୍ରସ ଓ ତା’ର ସଂଲଗ୍ନ ପାଲୁର କେନାଲରୁ ଏହି ନୂଆ ପ୍ରଜାତିର ସନ୍ଧାନ କରାଯାଇଥିଲା । ଚିଲିକାର ଲାଗୁନ ଓ ପାଲୁର କେନାଲ ମଧ୍ୟରେ ଏହି ପ୍ରଜାତିଙ୍କୁ ଦେଖିବାକୁ ମିଳୁଛି । ଏହି ରିସର୍ଚ୍ଚରେ ଅନେକ ବୈଜ୍ଞାନିକ ସାମିଲ ହୋଇଥିଲେ । ସୂଚନା ଯୋଗ୍ୟ ଯେ, ଭାରତୀୟ ଭାରତୀୟ ସର୍ବେକ୍ଷଣ ଦ୍ୱାରା ଗତବର୍ଷ ମଧ୍ୟ ବଙ୍ଗୋପସାଗରରୁ ଏକ ନୂଅତନ ପ୍ରଜାତିର କୋଚିଆ ମାଛ ଚିହ୍ନଟ କରାଯାଇଥିଲା । ୨୦୧୯ ମସିହାରେ ପଶ୍ଚିମବଙ୍ଗର ମାଛଧରା କେନ୍ଦ୍ରରୁ ଦୁଜଣ ମତ୍ସ୍ୟଜୀବୀଙ୍କ ଦ୍ୱାରା ଏହି ମାଛ ଉଦ୍ଧାର କରାଯାଇଥିବା ବେଳେ ଜଣେ ବୈଜ୍ଞାନିକ ତାହାକୁ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.