ଡ଼ରାଇଲାଣି କରୋନାର ନୂଆ ପ୍ରଜାତି, ଚୀନର ଉହାନ ସହରରୁ ଚିହ୍ନଟ HKU5-CoV-2
ପୁଣି ଛାତିରେ ପଶିଲାଣି ଛନକା। ଡ଼ରାଇଲାଣି କରୋନାର ନୂଆ ପ୍ରଜାତି। ପୁଣିଥରେ ଚୀନର ଉହାନରୁ ତିହ୍ନଟ ହେଲା ନୂଆ ଭ୍ୟାରିଆଣ୍ଟ ଏଚକେୟୁ-୫ କୋଭ୍-୨।
ଚୀନ: ପୁଣି ମନରେ ପଶିଲାଣି ଛନକା। ପୂର୍ବ ଥର ପରି ଆଉ ଥରେ ମହାମାରୀର ଶିକାର ହେବେନି ତ ବିଶ୍ୱବାସୀ। କାରଣ ଏବେ ବି ସେ ଡର ମନରୁ ଲିଭିନି। କରୋନା ମହାମାରୀର ତାଣ୍ଡବ ଯିଏ ଦେଖିଚି ସିଏ ଏବେ ବି କୋରନା ନାଁ ଶୁଣିଲେ ଡରୁଛି।
ପାଖାପାଖି ଦୁଇରୁ ତିନି ବର୍ଷ ଧରି କରୋନା ଯେଉଁଭଳି ଜନଜୀବନକୁ ଅତ୍ସବ୍ୟସ୍ତ କରିପକାଇଥିଲା। ଅଖ ଚକ ବନ୍ଦ କରିଦେଇଥିଲା। ଏବେ ପୁଣି ଥରେ ସେ ପରିସ୍ଥିତି ହେବ ନି ତ। କାରଣ ଯେଉଁ କରୋନା ମହାମାରୀ ଚୀନର ଉହାନ ସହରରୁ ଆରମ୍ଭ ହୋଇ ସାରା ବିଶ୍ୱରେ କାୟା ମେଲାଇଥିଲା। ଏବେ ଠିକ୍ ସେହିପରି ଉହାନ ସହରରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହୋଇଛି।
କରୋନା: ଚାରି ବର୍ଷ ତଳେ ସାରା ବିଶ୍ୱରେ କରୋନା ହାହାକାର ଖେଳାଇ ଦେଇଥିଲା। ଚୀନର ଉହାନ ସହରରୁ ପ୍ରଥମେ ଚିହ୍ନଟ ହୋଇଥିବା ମହାମାରୀ କରୋନା। ଧିରେ ଧିରେ ପୁରା ବିଶ୍ୱରେ ବ୍ୟାପିଯାଇଥିଲା। ଯେଉଁଥିରେ କି ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ।
ଆଉ ଏ ମହାମାରୀ ଏପରି ଏକ ରୋଗ ଯାହାକି ଜଣେ ସ୍ୱାମୀର ଶେଷ ସମୟରେ ସ୍ତ୍ରୀ ପାଖରେ ପୁରାଇ ଦେଉନଥିଲା। ଜଣେ ମାକୁ ତା ପୁଅ ପାଖକୁ ଛାଡୁନଥିଲା। କାରଣ ଏହାର ଜୀବଣୁ ପବନରେ ବ୍ୟାପୁଥିଲା। ଯାହାକୁ ପୁରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିଲା।
ନୂଆ ପ୍ରଜାତି: ଏହି କରୋନା ପାଇଁ ସବୁଠି ଲକଡାଉନ ଘୋଷଣା କରାଯାଇଥିଲା। ଘରୁ ବାହାରିବାକୁ ମଧ୍ୟ ଲୋକ ଡରୁଥିଲେ। ହେଲେ ଏବେ ପୁଣି ଥରେ ସେହି ଡର ଲୋକଙ୍କ ମନରେ ପଶିଲାଣି। କାରଣ ପୁଣିଥରେ କରୋନାର ନୂଆ ପ୍ରଜାତୀ ଚିହ୍ନଟ ହୋଇଛି।
ହଁ ଚୀନରୁ ଆସିଛି ଏହି ଚିନ୍ତା ଜନକ ଖବର। ଉହାନ ସହରରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହୋଇଛି। ବାଦୁଡି ଶରୀରରେ ଚିହ୍ନଟ ଏହି ଭୂତାଣୁ ମଣିଷକୁ କୋଭିଡ-୧୯ ଭଳି ସଂକ୍ରମିତ କରିବାର ସମ୍ଭାବନା ରହିଛି। ଚୀନ ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ପରେ ସାରା ବିଶ୍ୱ ଏବେ ସତର୍କ ହୋଇଛନ୍ତି।
ଏଚକେୟୁ-୫ କୋଭ୍-୨: ଏହି ନୂଆ ଭୂତାଣୁର ନାଁ ଏଚକେୟୁ-୫ କୋଭ୍-୨। ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଲ୍ୟାବରେ ନୂଆ ପ୍ରଜାତିର ଭୂତାଣୁ ଠାବ ହୋଇଛି। ବାଦୁଡି ଶରୀରରେ ଚିହ୍ନଟ ନୂଆ ଭୂତାଣୁ ମଣିଷ କୋଷକୁ କୋଭିଡ-୧୯ ଭଳି ସଂକ୍ରମିତ କରିପାରିବ। ସଂକ୍ରମିତ ବାଦୁଡି ସଂସ୍ପର୍ଶରେ ଆସିଲେ ମଣିଷକୁ ସଂକ୍ରମିତ ସମ୍ଭାବନା ରହିଛି।
ଆକ୍ରାନ୍ତ ବାଦୁଡିର ମଳ, ମୂତ୍ର, ଛେପ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୋଇପାରେ। ସଂକ୍ରମିତ ବାଡୁଡ଼ି ମାଂସ ଖାଇଲେ ମଣିଷକୁ ଡେଇଁବା ସମ୍ଭାବନା ଅଧିକ ରହିଛି। ଏଥିପାଇଁ ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି।
ଲକ୍ଷଣ: ତେବେ କରୋନାର ନୂଆ ପ୍ରଜାତି ଏଚକେୟୁ-୫ କୋଭ୍-୨ କୋଭିଡ-୧୯ ଭଳି ପଶୁ ପକ୍ଷୀ ଦେହରୁ ମଣିଷକୁ ସଂକ୍ରମଣ କରିପାରିବ। ତେବେ ମଣିଷ ସମାଜ ଉପରେ ଏହାର ପ୍ରଭାବ କେମିତି ରହିବ ସେନେଇ ବୈଜ୍ଞାନିକଙ୍କ ଗବେଷଣା ଜାରି ରହିଛି।
ଲ୍ୟାବ ରିପୋର୍ଟ ଅନୁସାରେ ମଣିଷ ଏହି ନୂଆ ଭୂତାଣୁରେ ସଂକ୍ରମିତ ହେଲେ ଜ୍ୱର, କାଶ, ଛିଙ୍କ, କଫ, ସର୍ଦ୍ଦି, ଥକ୍କାପଣ, ଭୋକ ନଲାଗିବା, ଥଣ୍ଡା ଲାଗିବା, ନିଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ, ଝାଡା ବାନ୍ତି ଭଳି ଲକ୍ଷଣ ଦେଖା ଦେଇପାରେ।
ତେବେ ଏହାକୁ ନେଇ ଚିନ୍ତା ଓ ଭୟ କରିବା ଅପେକ୍ଷା ସଚେତନ ଓ ସତର୍କ ହେଲେ କରୋନାର ସମ୍ଭାବ୍ୟ ବିପଦକୁ ଦୁରେଇ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।