fbpx

କ୍ୟାମେରାରେ କଏଦ ହୋଇ କଟିଲା ପ୍ରଥମ ଚାଲାଣ

ଭୁବନେଶ୍ୱର,୧ା୧୨(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଆଜିଠାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ରାଜଧାନୀ ଭୁବନେଶ୍ୱର ରୂପାଲି ଛକରୁ ଆରମ୍ଭ ହେଲା କ୍ୟାମେରା ଚାଲାଣ । କ୍ୟାମେରା ମାଧ୍ୟମରେ ୪ଜଣଙ୍କର ଚାଲାଣ କଟିଛି । ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟ ହୋଇଛି । ଏଣିକି ପୋଲିସ ନଥିଲେ ଆଇନ ଉଲ୍ଲଙ୍ଘନକାରୀଙ୍କୁ ସିସିଟିଭି ମାଧ୍ୟମରେ ଧରାଯାଉଛି । ପରେ ଡାକରେ ଇ-ଚାଲାଣ ଘରକୁ ପଠାଯିବ । ଯଦି ଉଲ୍ଲଙ୍ଘନକାରୀ ଜୋରିମାନା ପୈଠରେ ବିଳମ୍ବ କରିବ ତେବେ ସେ ସୁଧ ମଧ୍ୟ ଗଣିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.