fbpx

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା କି, ୧୫୦ ଅଜଣା ଲୋକଙ୍କ ନାମରେ ଦୁର୍ବଳ FIR ପଛର ଉଦ୍ଦେଶ୍ୟ କ’ଣ?

Advertisement

ନୂଆଦିଲ୍ଲୀ: ଗତ ୫ ତାରିଖରେ ପଞ୍ଜାବର ଫିରୋଜପୁରରେ ନିର୍ବାଚନ ରାଲିରେ ଯୋଗଦେବାକୁ ଯାଉଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ୍ ପ୍ରାୟ ୨୦ ମିନିଟ୍ ଧରି ରାସ୍ତାରେ ଅଟକିଥିଲା । ଏହାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହେବା ସହ ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ ଏହି ଘଟଣାକୁ କଡ଼ା ନିନ୍ଦା କରିଥିଲେ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟରେ ଆସନ୍ତାକାଲି ଥିବାବେଳେ ଏହାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ଏହି ଘଟଣା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଅସନ୍ତୋଷ ବ୍ୟକ୍ତ କରାଯାଇ ପଞ୍ଜାବ ସରକାରଙ୍କ ଠାରୁ ସ୍ପଷ୍ଟିକରଣ ମଗାଯାଇଥିଲା । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା ପଞ୍ଜାବ ସରକାର ସ୍ୱୀକାର କରିଥିବା ବେଳେ ପିଏମଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଏସଏସପିଙ୍କୁ ନିଲମ୍ବନ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକପ୍ରକାର ବୟାନବାଜୀ ଦେଖିବାକୁ ମିଳିଥିଲା । ତେବେ ଏହି ମାମଲାରେ ୧୫୦ ଜଣ ଅଜଣା ଲୋକଙ୍କ ନାମରେ ଏଫଆଇଆର ଦାଖଲ କରାଯାଇଥିବା କୁହାଯାଉଛି । ପୁଣି ଉକ୍ତ ଏଫଆଇଆରରେ ଏପରି ଧାରା ଲଗା ଯାଇଛି ଯାହାଫଳରେ ଅଭିଯୁକ୍ତଙ୍କୁ ମାତ୍ର ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ତେବେ ମାମଲାର ୧୮ ଘଣ୍ଟା ପରେ ଏଫଆଇଆର ଦାୟର ହେବା ସହ ଜାଣିଶୁଣି ଦୁର୍ବଳ ଧାରା ୨୮୩ ଲାଗୁ କରାଯାଇଥିବା ନେଇ ପଞ୍ଜାବ ପୋଲିସ ଉପରେ ପ୍ରଶ୍ନବାସୀ ସୃଷ୍ଟି କରିଛି । ପ୍ରଦର୍ଶନ କାରଣରୁ ସାଧାରଣ ଜନତା, ରାଲିରେ ଯାଇଥିବା ଲୋକ ଓ ଭିଆଇପିଙ୍କ ଗାଡ଼ି ଅଟକିଥିବା ଏଫଆଇଆରେ ଦର୍ଶାଯାଇଛି । ଏଥିସହ ଏଫଆଇଆରରେ ଏସପିଜି ଆକ୍ଟ କାହିଁକି ସାମିଲ କରାଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.