fbpx

ନୂଆ ମୋଡ଼ ନେଲା ନୟାଗଡ଼ ଶିଶୁପୁତ୍ର ନିଖୋଜ ଘଟଣା: ନର୍ସ ସହ ମିଶି ବାପା-ମାଆ ବିକ୍ରି କରିଥିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ ଶିଶୁ ନିଖୋଜ ମାମଲାକୁ ନେଇ ଆସିଛି ନୂଆ ଅପଡେଟ୍ । ପୂର୍ବରୁ ମେଡିକାଲର ଜଣେ ନର୍ସ ନବଜାତ ଶିଶୁକୁ ଗାଏବ କରିଦେଇଥିବା ନେଇ ଅଭିଯୋଗ ଆସୁଥିଲେ ହେଁ ଏହି ମାମଲା ଏବେ ଭିନ୍ନ ମୋଡ଼ ଦେଇଛି । ତେବେ ସଦ୍ୟପ୍ରାପ୍ତ ସୂଚନା ମୁତାବକ, ଶିଶୁଟିକୁ ବିକ୍ରି କରାଯାଇଛି । ଏହି ବିକ୍ରି ମାମଲାରେ ଶିଶୁର ପିତାମାତା ମଧ୍ୟ ସାମିଲ ରହିଛନ୍ତି । ତେବେ ନିଖୋଜ ଶିଶୁକୁ ଭୁବନେଶ୍ୱରରୁ ଉଦ୍ଧାର କରାଯାଇ ନୟାଗଡ଼ ନିଆଯାଉଥିବା ଜଣାପଡ଼ିଛି । ଏଥିରେ ସମ୍ପୃକ୍ତି ଥିବା ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଜେରା କରାଯାଇପାରେ ବୋଲି ଜଣାପଡ଼ିଛି ।

ଗତ ମାସ ୨୮ ତାରିଖରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ନୋତର ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେହିଦିନ ପୂର୍ବାହ୍ନରେ ମହିଳା ଜଣଙ୍କ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ମେଡିକାଲର ଜଣେ ନର୍ସ ନବଜାତକୁ ନେଇ କୁଆଡ଼େ ଆଉ ଫେରାଇନଥିବା ଅଭିଯୋଗ ହୋଇଥିଲା । ଏନେଇ ପିତାମାତା ତାଙ୍କର ଶିଶୁକୁ ନ ପାଇବା ପରେ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରବର୍ତ୍ତୀ ସମୟରେ ଶିଶୁକୁ ନେଇଥିବା ନର୍ସଙ୍କର ଆଉ ଦେଖା ମିଳନଥିଲା, ତେଣୁ ବାଧ୍ୟହୋଇ ଦମ୍ପତି କାନ୍ଦିକାନ୍ଦି ନିରାଶ ହୋଇ ଘରକୁ ଫେରିଥିଲେ । ଏହି ଘଟଣାରେ ସିଡିଏମଓଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଥିଲା । ଘଟଣାର ତଦନ୍ତ ଆରମ୍ଭ ହେବା ସହ ଡାକ୍ତର, ନର୍ସ, ସୁଇପର ଓ ଅନ୍ୟ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସିଡିଏମଓ ସୂଚନା ଦେଇଥିଲେ ।

Get real time updates directly on you device, subscribe now.