fbpx

ହାଇକୋର୍ଟ ପାଇଁ ବଡ ନିଯୁକ୍ତି: ଦ୍ୱାଦଶ ପାସ ପ୍ରାର୍ଥୀ ଏହି ପଦ ପାଇଁ କରି ପାରିବେ ଆବେଦନ

ହାଇକୋର୍ଟରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ପାଟନା ହାଇକୋର୍ଟରେ ଷ୍ଟେନୋଗ୍ରାଫର ପଦ ପାଇଁ ପ୍ରାର୍ଥୀମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ପାଟନା ହାଇକୋର୍ଟର ଅଫିସିଆଲ ୱେବସାଇଟ patnahighcourt.gov.in ମାଧ୍ୟମରେ ଆବେଦନ କରିପାରିବେ । ମାର୍ଚ୍ଚ ମାସ ୮ ତାରିଖରୁ ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଏହା ବ୍ୟତୀତ ପ୍ରାର୍ଥୀମାନେ https://cdn.digialm.com//EForms/configured ଲିଙ୍କ ଦ୍ୱାରା ମଧ୍ୟ ଆବେଦନ କରି ପାରିବେ । ଏହି ପ୍ରକ୍ରିୟାରେ ମୋଟ ୧୨୯ ପଦ ପାଇଁ ନିଯୁକ୍ତି ପ୍ରଦାନ କରିବ ହାଇକୋର୍ଟ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏଥିପାଇଁ ମାର୍ଚ୍ଚ ୮ ତାରିଖରୁ ୨୯ ତାରିଖ ମଧ୍ୟରେ ଆବେଦନ କରି ପାରିବେ । ଗ୍ରୁପ ସି ଷ୍ଟେନୋଗ୍ରାଫର ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅନ୍ୟୁନ ଦ୍ୱାଦଶ ଶେଣୀ ପାସ କରିଥିବା ଆବଶ୍ୟକ । ଏହାସହିତ ଇଂରାଜୀ ଷ୍ଟେନୋଗ୍ରାଫର ଏବଂ ଟାଇପିଙ୍ଗରେ କମ୍ପ୍ୟୁଟର ଆପ୍ଲିକେସନରେ ୬ ମାସର ଡିପ୍ଲୋମା କୋର୍ସ କରିଥିବା ଆବଶ୍ୟକ । ଏହାବ୍ୟତୀତ ଟାଇପିଙ୍ଗ ସ୍ପିଡ ଇଂରାଜୀ ସର୍ଟହ୍ୟାଣ୍ଡରେ ଅନ୍ୟୁନ ୮ ଶବ୍ଦ ପ୍ରତି ମିନିଟ ଏବଂ ଇଂରାଜୀ ଟାଇପିଙ୍ଗରେ ୪୦ ଶବ୍ଦ ପ୍ରତି ମିନିଟ ରହିଥିବା ଆବଶ୍ୟକ । ତେବେ ପ୍ରାର୍ଥୀଙ୍କ ବୟସସୀମା ୧୮ ରୁ ୩୭(ପୁରୁଷ) ଏବଂ ୪୦(ମହିଳା) ହୋଇଥିବା ଜରୁରୀ । ଲିଖିତ ପରୀକ୍ଷା, ଟାଇପିଙ୍ଗ ଟେଷ୍ଟ ଏବଂ ସାକ୍ଷାତକାର ଆଧାରରେ କରାଯିବ ।

Get real time updates directly on you device, subscribe now.