fbpx

CISF Recruitment 2022: ଏହି ପଦ ପାଇଁ କରନ୍ତୁ ଆବେଦନ, ୮୧,୦୦୦ ରହିବ ଦରମା

ସେଣ୍ଟ୍ରାଲ୍ ଇଣ୍ଟଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ସିଆଇଏଫରେ ୨୪୯ ହେଡ୍ କନଷ୍ଟେବଳ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ସ୍ପୋର୍ଟ୍ସ କୋଟା ଅନୁଯାୟୀ ଏହି ଆବେଦନ ଗ୍ରହଣ କରାଯାଉଛି । ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ସମୁଦାୟ ୨୪୯ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି ।

ବିଜ୍ଞପ୍ତି ଅନୁଯାୟୀ ଦ୍ୱାଦଶ ପାସ୍ କରିଥିବା ଆଶାୟୀମାନେ ଏହି ପଦରେ ଆବେଦନ କରିପାରିବେ । ଏହା ଛଡ଼ା ଆଶାୟୀ ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତାରେ ୨୦୧୯ରୁ ୨୦୨୨ ମଧ୍ୟରେ ଭାଗ ନେଇଥିବା ଆବଶ୍ୟକ ।

ଆବେଦନ କରିବା ପାଇଁ ବୟସ ସୀମା: ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆବେଦନ କରିବା ପାଇଁ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ(ମହିଳା ଏବଂ ଏସସି/ଏସଟି ଆଶାୟୀଙ୍କ ପାଇଁ କୌଣସି ଫିସ୍ ଦେବାକୁ ପଡ଼ିବନାହିଁ) ।

ଏଭଳି ରହିବ ଦରମା: ପେ ମେଟ୍ରିକ୍ସ ଲେଭଲ-୪ ଅନୁଯାୟୀ ୨୫୦୦୦-୮୧,୦୦୦ ମଧ୍ୟରେ ରହିବ ।

ସିଆଇଏସଏଫ ହେଡ କନଷ୍ଟେବଲ ପଦରେ ପିଏସଟି, ଡକ୍ୟୁମେଣ୍ଟ ଭେରିଫିକେସନ, ଟ୍ରାଏଲ ଟେଷ୍ଟ ଏବଂ ପ୍ରୋଫିସିଏନ୍ସୀ ଟେଷ୍ଟ ମାଧ୍ୟମରେ କରାଯିବ ।

ଆଶାୟୀ ଏହି ଲିଙ୍କ ଦ୍ୱାରା ସିଧାସଳଖ ଆବେଦନ କରିପାରିବେ କିମ୍ବା କିମ୍ବା ଅଧିକ ଜାଣିବା ପାଇଁ ଏହି ଲିଙ୍କ ଦ୍ୱାରା ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ ।

 

Get real time updates directly on you device, subscribe now.